ନାଳରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ସୋନପୁର  (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବୌଦ୍ଧ-ମନମୁଣ୍ଡା ବାଇପାସ୍ ନାଳରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚିତ୍ତରଞ୍ଜନ ନାୟକ। ଆଜି ସକାଳେ ଚିତ୍ତ ରଞ୍ଜନଙ୍କ ମୃତଦେହ ବୌଦ୍ଧ-ମନମୁଣ୍ଡା ବାଇପାସ୍ ନାଳରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଚିତ୍ତ ରଞ୍ଜନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଚିତ୍ତରଞ୍ଜନଙ୍କ ମୃତଦେହ ନିକଟରେ ମଦ ବୋତଲ, ଗ୍ଲାସ ଓ ପାୱାରବେଙ୍କ ପଡ଼ିଛି। ଏହାସହ […]

bank employee

bank employee

Tapaswini Nayak
  • Published: Friday, 02 December 2022
  • Updated: 02 December 2022, 10:02 AM IST

Sports

Latest News

ସୋନପୁର  (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବୌଦ୍ଧ-ମନମୁଣ୍ଡା ବାଇପାସ୍ ନାଳରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚିତ୍ତରଞ୍ଜନ ନାୟକ।

ଆଜି ସକାଳେ ଚିତ୍ତ ରଞ୍ଜନଙ୍କ ମୃତଦେହ ବୌଦ୍ଧ-ମନମୁଣ୍ଡା ବାଇପାସ୍ ନାଳରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଚିତ୍ତ ରଞ୍ଜନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଚିତ୍ତରଞ୍ଜନଙ୍କ ମୃତଦେହ ନିକଟରେ ମଦ ବୋତଲ, ଗ୍ଲାସ ଓ ପାୱାରବେଙ୍କ ପଡ଼ିଛି। ଏହାସହ ଏକ ମଟର ସାଇକେଲ ମଧ୍ୟ ପଡ଼ିଛି।

ଚିତ୍ତ ରଞ୍ଜନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ତାଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos