ବାର୍‌ଡ୍ୟାନ୍ସକୁ ଅନୁମତି, ଗାଇଡଲାଇନ୍‌ ଜାରି

ଭୁବନେଶ୍ୱର: ବହୁ ବାଦବିବାଦ ଓ ଆଇନଗତ ଲଢେଇ ପରେ ବାର୍‌ଡ୍ୟାନ୍ସ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାସହ ବାର୍‌ଡ୍ୟାନ୍ସ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି। ମଦ ବିକ୍ରି ହେଉଥିବା ହୋଟେଲ, ରେଷ୍ଟୁରାଣ୍ଟରେ ମହିଳାମାନେ ନାଚିବା ବେଳେ ସେମାନଙ୍କ ସମ୍ମାନ ଯେପରି କ୍ଷୁର୍ଣ୍ଣ ନ ହେବ ସେଥିପାଇଁ ସରକାର କଡ଼ା ନିୟମ କରିଛନ୍ତି। ବିଶେଷ କରି ବିଦେଶୀ ମଦ ମିଳୁଥିବା ରେଷ୍ଟୁରାଣ୍ଟ, ହୋଟେଲ, ଠିପି ଖୋଲା ମଦ ଦୋକାନରେ ମ୍ୟୁଜିକାଲ ପ୍ରୋଗ୍ରାମ କିମ୍ବା ଅର୍କେଷ୍ଟାରେ ନିୟୋଜିତ ମହିଳାଙ୍କ ସମ୍ମାନହାନୀ […]

bar

bar

Rakesh Mallick
  • Published: Monday, 31 October 2016
  • Updated: 01 November 2016, 05:36 PM IST

Sports

Latest News

barଭୁବନେଶ୍ୱର: ବହୁ ବାଦବିବାଦ ଓ ଆଇନଗତ ଲଢେଇ ପରେ ବାର୍‌ଡ୍ୟାନ୍ସ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାସହ ବାର୍‌ଡ୍ୟାନ୍ସ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି। ମଦ ବିକ୍ରି ହେଉଥିବା ହୋଟେଲ, ରେଷ୍ଟୁରାଣ୍ଟରେ ମହିଳାମାନେ ନାଚିବା ବେଳେ ସେମାନଙ୍କ ସମ୍ମାନ ଯେପରି କ୍ଷୁର୍ଣ୍ଣ ନ ହେବ ସେଥିପାଇଁ ସରକାର କଡ଼ା ନିୟମ କରିଛନ୍ତି। ବିଶେଷ କରି ବିଦେଶୀ ମଦ ମିଳୁଥିବା ରେଷ୍ଟୁରାଣ୍ଟ, ହୋଟେଲ, ଠିପି ଖୋଲା ମଦ ଦୋକାନରେ ମ୍ୟୁଜିକାଲ ପ୍ରୋଗ୍ରାମ କିମ୍ବା ଅର୍କେଷ୍ଟାରେ ନିୟୋଜିତ ମହିଳାଙ୍କ ସମ୍ମାନହାନୀ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି।

ଅବକାରୀ ବିଭାଗ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍‌ରେ ବାର୍‌ ଗାର୍ଲମାନଙ୍କର ପରିଚୟପତ୍ର ରହିବ ବୋଲି କୁହାଯାଇଛି। ଏଥିରେ ନିଜ ପରିଚୟ ସହ ନିଜର ବିସ୍ତୃତ ତଥ୍ୟ, ଏପରି କି ନିଜ ଇଚ୍ଛାରେ ନୃତ୍ୟ କରିବାକୁ ସହମତି ପ୍ରଦାନ କରିବେ। ଏସବୁର ଯାଞ୍ଚ କରାଯିବା ପରେ ଅବକାରୀ ବିଭାଗ ଅନୁମତି ପ୍ରଦାନ କରିବ। ଏହାସହ ବାର୍‌ ଲାଇସେନ୍ସରେ ଉଲ୍ଲେଖ ରହିଥିବା ସର୍ତ୍ତ ପାଳନ ହେଉଛି କି ନାହିଁ କମିଶନରେଟ୍‌ ପୋଲିସ ଯାଞ୍ଚ କରିବ। ବାର୍‌ଡ୍ୟାନ୍ସ ପାଇଁ ଅନୁମତି ପାଇଥିବା ହୋଟେଲ ଓ ରେଷ୍ଟୁରାଣ୍ଟର କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରା ଲଗାଇବେ। ଅବକାରୀ ବିଭାଗ ଅଧିକାରୀମାନେ ବିଭିନ୍ନ ସମୟରେ ଏହାର ଯାଞ୍ଚ କରିବେ।

ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ଲାଇସେନ୍ସ ପାଇଥିବା ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନେ ନିଜେ ବାର୍‌ ଖୋଲି ନ ଥାନ୍ତି। ଏଥିପାଇଁ ସେମାନେ ଅନ୍ୟଙ୍କୁ ନିଯୁକ୍ତି ଦେଇଥାନ୍ତି। ହୋଟେଲ କି ରେଷ୍ଟୁରାଣ୍ଟରେ ଯିଏ ବାର୍‌ ଖୋଲେ ସେ ଅର୍କେଷ୍ଟା ପାର୍ଟି ନିୟୋଜିତ କରି ଝିଅମାନଙ୍କୁ ନାଚିବାକୁ ନିଯୁକ୍ତି ଦେଇଥାଏ। ଅଭିଯୋଗ ଆସିବା ପରେ ବାର୍‌ରେ ଝିଅମାନଙ୍କ ନାଚିବା ଉପରେ ଆମେ ରୋକ୍‌ ଲଗାଇଥିଲୁ। ଏହାକୁ ବିରୋଧ କରି ୨୯ ଜଣ ଝିଅ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ବାର୍‌ରେ ନାଚିବା ବନ୍ଦ କରାଯାଇ ସେମାନଙ୍କ ‘କାମ କରିବାର ଅଧିକାର’ ଆଇନକୁ ଉଲ୍ଲଂଘନ କରାଯାଇଥିବା ଦର୍ଶାଇ ଥିଲେ। ଏହା ତାଙ୍କର ରୋଜଗାରର ମାଧ୍ୟମ ହୋଇଥିବାରୁ ଅନୁମତି ଦେବାକୁ ଆବେଦନରେ ଉଲ୍ଲେଖ କରିଥିଲେ। ଏହାର ବିଚାର କରି କୋର୍ଟ ବାର୍‌ ଗାର୍ଲଙ୍କୁ ନାଚିବାକୁ ଅନୁମତି ଦେବାକୁ କହିବା ସହ ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ଏଥିପାଇଁ ସରକାର ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି।”

ଜାତୀୟ ଓ ରାଜ୍ୟ ଜପଥ ପାର୍ଶ୍ୱରେ ଥିବା ମଦ ଦୋକାନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ରାତି ୮ଟାରେ ଏହି ମଦ ଦୋକାନ ବନ୍ଦ କରିବାକୁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଅବକାରୀ ବିଭାଗ ଅତିରିକ୍ତ ସଚିବ ପ୍ରମୋଦ କୁମାର ପଣ୍ଡା କହିଛନ୍ତି,“ମ୍ୟୁନିସପାଲିଟି ଓ ଏନ୍‌ଏସିରେ ରାସ୍ତା ପାର୍ଶ୍ୱ ମଦ ଦୋକାନକୁ ସନ୍ଧ୍ୟାରେ ବନ୍ଦ ହେବା ନିୟମରୁ ବାଦ ଦିଆଯାଇଛି। ରାଜପଥ ପାର୍ଶ୍ୱରେ ୭୦୪ଟି ମଦ ଦୋକାନ ଥିଲା। ନିୟମ ଅନୁସାରେ ୬୪୯ଟି ମଦ ଦୋକାନକୁ ରାଜପଥଠାରୁ ୫୦ ମିଟର ଦୂରକୁ ସ୍ଥାନାନ୍ତର କରାଯାଇଛି। ୪୮ଟି ଦୋକାନ ସନ୍ଧ୍ୟାରେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ୭ଟିର ମାମଲା ହାଇକୋର୍ଟରେ ରହିଛି। ସମସ୍ତେ ଏହି ନିୟମ ମାନିବାକୁ ବାଧ୍ୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story