ଭୁବନେଶ୍ୱର: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସମୟରେ ଦର୍ଶକଙ୍କ ବୋତଲ ଫିଙ୍ଗା ଘଟଣାର ରିପୋର୍ଟ ଶୀଘ୍ର ସରକାରଙ୍କୁ ଦିଆଯିବ। ଆଜି ଏନେଇ ଗୃହ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିଶୃଙ୍ଖଳା ନେଇ ପ୍ରଥମ ପର୍ଯ୍ୟାୟରେ କମିଶନରେଟ ପୋଲିସ ଓ ଓସିଏ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ପ୍ରଶ୍ନଗୁଡିକର ଉତ୍ତର ମିଳିସାରିଛି। ବାରବାଟୀ ଯାଇ ଅନୁଧ୍ୟାନ କରିବା ପରେ ସରକାରଙ୍କୁ ରିପୋର୍ଟ ଦେବେ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।