ବରଗଡ଼ ଧନୁଯାତ୍ରାର ଆଜି ଦଶମ ଦିନ

baragadaବରଗଡ଼: ବରଗଡ଼ ଧନୁଯାତ୍ରାର ଆଜି ଦଶମ ଦିନ। ଆଜି କୃଷ୍ଣ-ବଳରାମ ସାଦାମା ମାଳି ଏବଂ ରଜକଙ୍କ ସହ ସାକ୍ଷାତ କରିବେ। ପରେ କୁବୁଜା ଉଦ୍ଧାର ସହ ବେନୁ ଭାଇଙ୍କୁ ହତ୍ୟା ପାଇଁ ମହାରାଜ କଂସ ଯୋଜନା ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି।

ନବମ ଦିନରେ କଂସ ମାମୁଁଙ୍କ ନିମନ୍ତ୍ରଣ ରକ୍ଷାକରି ଅକ୍ରୁରଙ୍କ ସହିତ କୃଷ୍ଣ-ବଳରାମ ମଥୁରା ଯାତ୍ରା କରିଛନ୍ତି। ଗୋପପୁର ସାଜିଥିବା ଆମ୍ୱାପାଲିରୁ ବେନୁଭାଇ ବିଦାୟ ନେବାବେଳେ ଦେଖିବାକୁ ମିଳିଥିଲା ଶୋକାକୁଳ ପରିବେଶ। ଗୋପପୁର ବାଶି କୃଷ୍ଣ-ବଳରାମଙ୍କ ଗୋଡ଼ ଧୋଇ ବିଦାୟ ଦେଇଥିଲେ।

ସେହିପରି ରାସ୍ତାରେ ରାଧା ଏବଂ ଗୋପାଙ୍ଗନାମାନେ ମଧ୍ୟ ବେନୁଭାଇଙ୍କୁ ନ ଯିବା ପାଇଁ ରାସ୍ତା ଅବରୋଧ କରିଥିଲେ। ଶେଷରେ ଶୋକାକୁଳ ପରିବେଶ ମଧ୍ୟରେ କୃଷ୍ଣ ଓ ବଳରାମ ଗୋପପୁରରୁ ବିଦାୟ ନେଇଥିଲେ।