ବରଗଡ଼: କେନ୍ଦୁପତ୍ର ଗୋଦାମ ପୋଡ଼ିଲେ ମାଓବାଦୀ

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଲଖନପୁର ପଞ୍ଚାୟତର ଗୌରପାଲି ଗାଁ ନିକଟରେ ଥିବା ଏକ କେନ୍ଦୁପତ୍ର ଗୋଦାମକୁ ଆଜି ମାଓବାଦୀମାନେ ପୋଡ଼ି ଦେଇଛନ୍ତି। ଘଟଣାସ୍ଥଳରେ ମାଓପୋଷ୍ଟର ଲାଗିଥିବାରୁ ଏହା ମାଓବାଦୀଙ୍କ କାଣ୍ଡ ହୋଇଥାଇ ପରେ ବୋଲି ସନ୍ଦେହ କରାଯାଉଛି।  ଇନ୍ଦିରା ଆବାସ ଓ ରୋଡ୍ କାମରେ ଦୁର୍ନୀତି  ହୋଇଥିବାରୁ ଆମେ ବିଡିଓ ଓ ସରପଞ୍ଚଙ୍କୁ ଛାଡିବୁ ନାହିଁ ବୋଲି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି।