ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ୮ ଗିରଫ

ବାରିପଦା: ବରଗଡ଼ ଜିଲ୍ଲାରେ ଜାଲ୍‌ ନୋଟ୍‌ ରାକେଟର ପର୍ଦ୍ଦାଫାସ ହୋଇଛି। ଏହି କାରବାରରେ ଦୁଇ ଜଣ ମହିଳାଙ୍କ ସମେତ ୮ ଜଣଙ୍କୁ ପୋଲିସ ଆଜି ଗିରଫ କରିଛି। ସେମାନଙ୍କଠାରୁ ୬ ଲକ୍ଷ ୧୨ ହଜାର ୪ଶହ ଟଙ୍କା ଜବତ କରିଛି। ଏଥିରେ ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ଜାଲ୍‌ ନୋଟ୍‌ ରହିଛି। ସୋନପୁର ଜିଲ୍ଲା ନକଟାମୁଣ୍ଡା ଅଞ୍ଚଳର କୃଷ୍ଣଚନ୍ଦ୍ର ମେହର ବରଗଡ଼ରେ ରହି ଏହି କାରବାର କରୁଥିବା ଏସ୍‌ପି ବି ଯୁଗଳ କିଶୋର କହିଛନ୍ତି।

କୃଷ୍ଣଚନ୍ଦ୍ର ନିଜ ଘରେ ଜାଲ୍‌ ନୋଟ ପ୍ରସ୍ତୁତ କରୁଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ତାଙ୍କ ଘରେ ଚଢ଼ାଉ କରି କମ୍ପ୍ୟୁଟର, ଷ୍ଟାମ୍ପ, ନୋଟ୍‌ ଛପା କାଗଜ ଓ ଅନ୍ୟାନ୍ୟ ଉପକରଉ ଜବତ କରିଛି। କୃଷ୍ଣଙ୍କ ନାଁରେ ପୂର୍ବରୁ ଅପରାଧୀକ ମାମଲା ଥିଲା। ତେବେ ଏହି ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କରିଛି।