ଆଜିଠୁ ଏହି ଜିଲ୍ଲା ୩ ଦିନ ଶଟ୍‌ଡାଉନ୍‌

ବରଗଡ଼ (ଦୀପକ ଶର୍ମା): ଆଜିଠୁ ବରଗଡ଼ ଜିଲ୍ଲାକୁ ୩ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଅଗଷ୍ଟ ୧ ତାରିଖରୁ ଲାଗୁ ହୋଇଥିବା ଏହି ଶଟଡାଉନ୍‌ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ। ଗ୍ରୋସରି, ପନିପରିବା, ଫଳ ଓ କ୍ଷୀର ଦୋକାନ ସକାଳ ୬ଟାରୁ ୯ ଟା […]

Luckdown

Luckdown

Tapaswini Nayak
  • Published: Saturday, 01 August 2020
  • Updated: 01 August 2020, 07:27 AM IST

Sports

Latest News

ବରଗଡ଼ (ଦୀପକ ଶର୍ମା): ଆଜିଠୁ ବରଗଡ଼ ଜିଲ୍ଲାକୁ ୩ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଅଗଷ୍ଟ ୧ ତାରିଖରୁ ଲାଗୁ ହୋଇଥିବା ଏହି ଶଟଡାଉନ୍‌ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ। ଗ୍ରୋସରି, ପନିପରିବା, ଫଳ ଓ କ୍ଷୀର ଦୋକାନ ସକାଳ ୬ଟାରୁ ୯ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହାସହ ବିହନ,ସାର ଓ କୃଷିଜାତ ସାମଗ୍ରୀ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ। ଶଟଡାଉନ୍ ନିୟମ  ମାନିବାକୁ ବରଗଡ଼ ଜିଲ୍ଲାପାଳ  ଜିଲ୍ଲାବାସୀଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ବରଗଡ଼ ଜିଲ୍ଲାରୁ ୪୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩୪ ଜଣ ସୁସ୍ଥ ହୋଇଥିବା ବେଳେ ୭୭ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି। ଜଣେ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos