ଆମେ ପୁଲିସ ବାବୁ, ଫାଇନ କାଟିବୁ , ଗାଡ଼ିରେ ବସିବୁ ! ବିଚରା ନାବାଳକ

ପଦ୍ମପୁର(ଓଡ଼ିଶା ରିପୋର୍ଟର) ନାବାଳକ ବୋଲି ଚାଲାଣ କାଟିଲା ପୁଲିସ। ହେଲେ ସେହି ନାବାଳକ ଗାଡ଼ି ଚଲାଇଲା । ଆଉ ତାସହ ୮ କିଲୋମିଟର୍ ଦୂର ଥାନାକୁ ଆସିଲେ ପୁଲିସ।  ଏପରି କିଛି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବରଗଡ଼ ପଦ୍ମପୁର ବାଏସନା ରାସ୍ତାରେ ଗତ ଦୁଇ ଦିନ ତଳେ ଜଣେ ନାବାଳକ ଟ୍ରାକ୍ଟର ଚଲାଉଥିବା ଅଭିଯୋଗରେ ଧରିଥିଲେ  ଆରଟିଓ ଅଧିକାରୀ ।

ତେବେ ନାବାଳକ ଜଣକଙ୍କଠୁ ୩୨,୫୦୦ ଟଙ୍କା ଫାଇନ୍ ବି କାଟିଥିଲେ। ହେଲେ ଟ୍ରାକ୍ଟର ଜବତ କରିବାକୁ ଫାଇନ୍ ବାବଦ ଟଙ୍କା ଦେବା ପୂର୍ବରୁ ଟ୍ରାକ୍ଟର ଜବତ କରିଥିଲା ପୁଲିସ।  ହେଲେ ଜବତ ଅଞ୍ଚଳରୁ ପଦ୍ମପୁର ଥାନା ୮ କିଲୋମିଟର୍ ରାସ୍ତା ନାବାଳକ ଜଣକଙ୍କୁ ହିଁ ଗାଡ଼ି ଚଲାଇ ଯିବାକୁ କହିଥିଲେ ପୁଲିସ କର୍ମଚାରୀ । ତାସହ ଖୋଦ୍ ଦୁଇ ଜଣ ପୁଲିସ ଅଧିକାରୀ ସେହି ଟ୍ରାକ୍ଟରରେ ବସି ଥାନାକୁ ଯାଇଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି ନାବାଳକ ଟ୍ରାକ୍ଟରର ଚଲାଇବାକୁ କେନ୍ଦ୍ର କରି ଫାଇନ୍ କଟାଗଲା। ତେବେ ତାଙ୍କୁ କିପରି ୮ କିଲୋମିଟର୍ ରାସ୍ତା ପୁଣି ଟ୍ରାକ୍ଟରର ଚଲାଇବାକୁ ଦିଆଗଲା ? ପଦ୍ମପୁର ଥାନାରେ ଏବେ ଟ୍ରାକ୍ଟର ଜବତ ହୋଇ ରହିଛି । ଅଭିଯୋଗ ସମ୍ପର୍କରେ ପୁଲିସ ଓ ଆଟିଓର ପ୍ରତିକ୍ରିୟା ମିଳିପାରିନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।