ବରବରା ଜଙ୍ଗଲର ସୁରକ୍ଷା ପାଇଁ ଆମେ ପ୍ରସ୍ତୁତ: ଓଏସ୍ଏସ୍ଏଫ

ଖୋର୍ଦ୍ଧା: ଦୀର୍ଘ ୨୩ ବର୍ଷ ପରେ ବରବରା ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ (ଓଏସ୍ଏସ୍ଏଫ) ଦୃଢୋକ୍ତି କରିଛି ଯେ ଏହି ବିସ୍ତୃତ ଜଙ୍ଗଲର ସୁରକ୍ଷା ପାଇଁ ଏହା ସମ୍ପୂର୍ଣ୍ଣ ଭାବେ ସକ୍ଷମ। ଓଏସ୍ଏସ୍ଏଫ ଅଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ କହିଛନ୍ତି, “ଗତ ୮ ତାରିଖରୁ ଦାୟିତ୍ୱ ନେବା ପରେ ୩ଟି ଅପରେସନ କରିଥିଲୁ। ଏହି ୩ଟି ଯାକ ଅପରେସନ ସଫଳ ହୋଇଛି। ଭବିଷ୍ୟତରେ ଜଙ୍ଗଲ କାଠ ଓ ଜୀବଜନ୍ତୁଙ୍କ ସୁରକ୍ଷା […]

barbira-forest-2

barbira-forest-2

Rakesh Mallick
  • Published: Monday, 21 March 2016
  • Updated: 21 March 2016, 05:43 PM IST

Sports

Latest News

barbira-forest-2ଖୋର୍ଦ୍ଧା: ଦୀର୍ଘ ୨୩ ବର୍ଷ ପରେ ବରବରା ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ (ଓଏସ୍ଏସ୍ଏଫ) ଦୃଢୋକ୍ତି କରିଛି ଯେ ଏହି ବିସ୍ତୃତ ଜଙ୍ଗଲର ସୁରକ୍ଷା ପାଇଁ ଏହା ସମ୍ପୂର୍ଣ୍ଣ ଭାବେ ସକ୍ଷମ।

ଓଏସ୍ଏସ୍ଏଫ ଅଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ କହିଛନ୍ତି, “ଗତ ୮ ତାରିଖରୁ ଦାୟିତ୍ୱ ନେବା ପରେ ୩ଟି ଅପରେସନ କରିଥିଲୁ। ଏହି ୩ଟି ଯାକ ଅପରେସନ ସଫଳ ହୋଇଛି। ଭବିଷ୍ୟତରେ ଜଙ୍ଗଲ କାଠ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଡିଲେ ପୁଣି ଅପରେସନ କରିବା ପାଇଁ ଆମେ ପ୍ରସ୍ତୁତ।”

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୮ ତାରିଖରେ ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଜିଲ୍ଲାର ୮୭୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ବରବିରା ଜଙ୍ଗଲର ସୁରକ୍ଷାରେ ୧୯୯୩ରୁ ନିୟୋଜିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସି.ଆର.ପି.ଏଫ୍‌.)କୁ ଅପସାରଣ କରି ଓଏସ୍‌ଏସ୍‌ଏଫ୍‌କୁ ଏହି ଦାୟିତ୍ୱ ଦିଆଯାଇଥିଲା। ସିଆରପିଏଫ୍‌ର ଅପସାରଣ ପରେ ଏହି ବିସ୍ତୀର୍ଣ୍ଣ ଜଙ୍ଗଲର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଆଶଙ୍କା ପ୍ରକାଶ ପାଇଥିଲା ଯେ, ସିଆରପିଏଫ୍‌ ହଟିବା ପରେ କାଠ ମାଫିଆ ପୁଣି ସକ୍ରିୟ ହୋଇପାରନ୍ତି।

ଏନେଇ ବାଲୁଗାଁ ରେଞ୍ଜ ଏସିଏଫ୍‌ ରାଜକିଶୋର ସ୍ୱାଇଁ କହିଛନ୍ତି,“କାଠ ମାଫିଆଙ୍କୁ ପ୍ରତିହତ କରିବାକୁ ଜଙ୍ଗଲ ବିଭାଗ ପାଖରେ ଅସ୍ତ୍ରଶସ୍ତ୍ର ରହିଛି। ବାଲୁଗାଁ ରେଞ୍ଜକୁ ସୁରକ୍ଷା ଦେବା ପାଇଁ ୩୮ ଜଣ ଫୋର୍ସ ରହିଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ଷ୍ଟ୍ରାଟେଜିକ ପଏଣ୍ଟରେ ଫୋର୍ସ ମୁତୟନ କରାଯାଇଛି। ଖବର ମିଳିବା କ୍ଷଣି ହିଁ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତିନିଟି ମୁଖ୍ୟ ସ୍ଥାନରେ ମୁତୟନ ୩ଟି ଗାଡିକୁ ନେଇ ଆମ ଯବାନ ମାନେ ସକାଳୁ ଓ ସନ୍ଧ୍ୟାରେ ପାଟ୍ରୋଲିଂ କରୁଛନ୍ତି।”

ଖୋର୍ଦ୍ଧା ବନଖଣ୍ଡ ଡିଏଫ୍‌ଓ ଅକ୍ଷୟ ପଟ୍ଟନାୟକ କହିଛନ୍ତି,“ସିଆରପିଏଫ୍‌ ପକ୍ଷରୁ ଜଙ୍ଗଲ ଜଗାରଖା କରିବା ଦ୍ୱାରା ବହୁ ଜଙ୍ଗଲର ପୁନଃରୁଦ୍ଧାର କରାଯାଇ ପାରିଥିଲା। ଏବେ ସରକାରଙ୍କ ନିର୍ଦ୍ଦେଶରେ ଦାୟିତ୍ୱ ପରିବର୍ତ୍ତନ ହୋଇଛି। ଆମେ ଓଏସ୍ଏସ୍ଏଫ କର୍ମକର୍ତ୍ତାଙ୍କୁ ନେଇ ଏହି ଜଙ୍ଗଲର ସୁରକ୍ଷା କରିବୁ। ସିଆରପିଏଫ୍‌କୁ ସରକାରଙ୍କ ପକ୍ଷରୁ ସୁବିଧା,ସୁଯୋଗ ଯୋଗାଇ ଦିଆଯାଉଥିଲା ଓଏସ୍ଏସ୍ଏଫକୁ ମଧ୍ୟ ସେସବୁ ଯୋଗାଇ ଦିଆଯିବ। ସେମାନେ ଏହି ସୁବିଧା ପାଇ ତାଙ୍କ କାର୍ଯ୍ୟ ସମ୍ପାଦନ କରିବେ।”

ଏତେ ବଡ ଜଙ୍ଗଲର ଭୌଗଳିକ ସ୍ଥିତି ଜାଣିବା ପାଇଁ ବନ ବିଭାଗ ସହିତ ମିଳିତ ପାଟ୍ରୋଲିଂ କରୁଛି ଓଏସ୍ଏସ୍ଏଫ। ବିଭିନ୍ନ ଗ୍ରୁପରେ ବିଭକ୍ତ ହୋଇ ଜବାନ ମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ଜଙ୍ଗଲ ଭିତରେ ପଇଁତରା ମାରୁଛନ୍ତି। ତେବେ ଓଏସ୍ଏସ୍ଏଫ ଜବାନ ମାନଙ୍କ ସହାୟତାରେ ବନ ବିଭାଗ ଏହି ବିରାଟ ମୂଲ୍ୟବାନ ଶାଗୁଆନ ଓ ଶାଳ ଜଙ୍ଗଲକୁ ସୁରକ୍ଷା ଦେଇପାରିବ ବୋଲି କହିଛି ବନ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story