କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲରେ ୧୨ ଘଣ୍ଟିଆ ରେଳରୋକ। ବଡ଼ବିଲରେ ଫ୍ଲାଏ ଓଭର ଓ ବାଂଶପାଣି-ବଡ଼ବିଲ ରେଳ ଲାଇନ ଦାବିରେ ଏହି ଆନ୍ଦୋଳନର ଡାକରା ଦିଆଯାଇଛି। ବଡ଼ବିଲ ବିକାଶ ପରିଷଦ ପକ୍ଷରୁ ରେଳରୋକ କରି ଅର୍ଥନୈତିକ ଅବରୋଧ କରାଯାଇଛି। ଫଳରେ ବଡବିଲ୍ ଷ୍ଟେସନରେ ଅନେକ ମାଲବାହୀ ଟ୍ରେନ ଅଟକି ରହିଛି। ପୂର୍ବରୁ ଅନେକ ଥର ବଡବିଲ ଷ୍ଟେସନରେ ସୁବିଧା ସୁଯୋଗ ଦାବି ନେଇ ଆନ୍ଦୋଳନ କରାଯାଇଛି। ରେଳ ବିଭାଗ ପକ୍ଷରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏହା ପୂରଣ ହୋଇନଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।