ବର୍ଦ୍ଧିତ ସାଇବର ଅପରାଧର ମୁକାବିଲା ପାଇଁ ତାଲିମ୍ ଶିବିର

କଟକ: ବର୍ଦ୍ଧିତ ସାଇବର ଅପରାଧର ମୁକାବିଲା ପାଇଁ ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ବିଭିନ୍ନ ଜିଲ୍ଲାର ୬୦ରୁ ଅଧିକ ଥାନା ଅଧିକାରୀଙ୍କୁ ନେଇ ଏକ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। କିଭଳି ଭାବେ ସାଇବର ମାମଲା ଗୁଡ଼ିକର ପଞ୍ଜିକରଣ କରାଯିବ, କେଉଁ ଦଫାରେ ମାମଲା ରୁଜୁ କରାଯିବ ଏବଂ କିଭଳି ଭାବେ କମ୍ପ୍ୟୁଟର ହାର୍ଡଡିସ୍କକୁ ସଂଗ୍ରହ କରାଯିବ, ସେ ସମସ୍ତ ବିଷୟରେ ଏହି ପୋଲିସ୍ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ସେହିଭଳି ହ୍ୟାକିଂ, ଏଟିଏମ୍ […]

cyber-crime

cyber-crime

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 04:22 PM IST

Sports

Latest News

କଟକ: ବର୍ଦ୍ଧିତ ସାଇବର ଅପରାଧର ମୁକାବିଲା ପାଇଁ ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ବିଭିନ୍ନ ଜିଲ୍ଲାର ୬୦ରୁ ଅଧିକ ଥାନା ଅଧିକାରୀଙ୍କୁ ନେଇ ଏକ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। କିଭଳି ଭାବେ ସାଇବର ମାମଲା ଗୁଡ଼ିକର ପଞ୍ଜିକରଣ କରାଯିବ, କେଉଁ ଦଫାରେ ମାମଲା ରୁଜୁ କରାଯିବ ଏବଂ କିଭଳି ଭାବେ କମ୍ପ୍ୟୁଟର ହାର୍ଡଡିସ୍କକୁ ସଂଗ୍ରହ କରାଯିବ, ସେ ସମସ୍ତ ବିଷୟରେ ଏହି ପୋଲିସ୍ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

ସେହିଭଳି ହ୍ୟାକିଂ, ଏଟିଏମ୍ କାର୍ଡରୁ ଟଙ୍କା ଗାଏବ ହେବା, ଫେସ୍‌ବୁକ୍‌ ସମ୍ୱନ୍ଧିତ ଅପରାଧ, ଅନ୍‌ଲାଇନ୍‌ ଠକେଇ ଭଳି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଡିଜି ବି.କେ. ଶର୍ମା କହିଛନ୍ତି, “ପୂର୍ବରୁ ଥାନାଗୁଡ଼ିକ ସାଇବର ଅପରାଧ ସମ୍ପର୍କରେ ଏତାଲାକୁ ରୁଜୁ କରିବାରେ କୁଣ୍ଠାବୋଧ କରୁଥିବା ବେଳେ ଏହି ତାଲିମ ଫଳରେ ଗତ ବର୍ଷ ବିଭିନ୍ନ ଥାନାରେ ୪ ଶହରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି।”

ବି.କେ. ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ କୋଲକତା ସ୍ଥିତ ସିଏଫଏସଏଲ ଡେପୁଟି ଡାଇରେକ୍ଟର କେ.ବି. ଜେନାଙ୍କ ସହ ରାଜ୍ୟର ସାଇବର ଏକ୍ସପର୍ଟମାନେ ମଧ୍ୟ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ।

କେ.ବି. ଜେନା କହିଛନ୍ତି, “ପୂର୍ବରୁ କଟକ ଓ ଭୁବନେଶ୍ୱର ଭଳି ବଡ଼ ସହରର ସାଇବର ଅପରାଧ ଘଟୁଥିବା ବେଳେ ଏବେ ଏହା ଛୋଟ ଛୋଟ ସହରରେ ଦେଖା ଦେଲାଣି। ବିଶେଷ କରି ଯୁବବର୍ଗଙ୍କ ଦ୍ୱାରା ଏହି ଅପରାଧ ଘଟୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos