ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡ଼ା ପଞ୍ଚାୟତ ଅଫିସ ନିକଟ ଜାତୀୟ ରାଜପଥ କଡରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ମୃତ ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ହେବ। ମହିଳାଙ୍କ ପରିଚୟ ମିଳିନାହିଁ। ସୋର ପୋଲିସ୍‌ ଘଟଣାର ତଦନ୍ତ କରୁଛି।