ବରଗଡ଼: ବରଗଡ଼ରେ ପୁଣି ଜଣେ ଚାଷୀ ଜୀବନ ହାରିଲେ। ତାଙ୍କ ନା ବୃନ୍ଦା ସାହୁ। ତାଙ୍କ ଘର କଳାପାଣି ଗାଁରେ। ଚକଡ଼ା ପୋକ ଲାଗିଯାଇଥିବା ଯୋଗୁଁ ଗତକାଲି ନିଜର ଅଧା ଏକର ଜମିରେ ନିଆଁ ଲଗାଇ ଦେଇଥିବା ବୃନ୍ଦା ଆଜି ବିଲ ମଝିରେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥା ବରଗଡ଼ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ରୋଗ ପୋକ ଦାଉରୁ ଫସଲକୁ ବଞ୍ଚାଇ ନପାରିବା କାରଣରୁ ଗତକାଲି ନିଜ ଫସଲକୁ ନିଜେ ଜାଳି ଦେଇଥିଲେ ବୃନ୍ଦା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।