ପ୍ରସୂତିଙ୍କ ମୃତ୍ୟୁକୁ କେନ୍ଦ୍ର କରି ବରଗଡ଼ ମୁଖ୍ୟ ଚିକିତ୍ସାଳରେ ଉତ୍ତେଜନା

ବରଗଡ଼: ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁକୁ କେନ୍ଦ୍ର କରି ଆଜି ସକାଳେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଉତ୍ତେଜନା ଦେଖା ଦେଇଥିଲା। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଦାବିରେ ବୀରମାଲ ଗାଁର ଲୋକେ ମେଡ଼ିକାଲ ସମ୍ମୁଖରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ବରଗଡ଼ ଟାଉନ ଥାନା ପୋଲିସ୍‌ ଓ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଗତକାଲି ସନ୍ଧ୍ୟାରେ ବୀରମାଲ […]

bargarh

bargarh

Rakesh Mallick
  • Published: Tuesday, 11 October 2016
  • Updated: 11 October 2016, 11:23 AM IST

Sports

Latest News

bargarhବରଗଡ଼: ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁକୁ କେନ୍ଦ୍ର କରି ଆଜି ସକାଳେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଉତ୍ତେଜନା ଦେଖା ଦେଇଥିଲା। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଦାବିରେ ବୀରମାଲ ଗାଁର ଲୋକେ ମେଡ଼ିକାଲ ସମ୍ମୁଖରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ବରଗଡ଼ ଟାଉନ ଥାନା ପୋଲିସ୍‌ ଓ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ଗତକାଲି ସନ୍ଧ୍ୟାରେ ବୀରମାଲ ଗାଁର ମହାଦେବ ସାହୁଙ୍କ ପତ୍ନୀ ସୁବଲେଖାଙ୍କର ପ୍ରସବ ଜନିତ ବେଦନା ହେବାରୁ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଆଜି ସକାଳେ ସୁବଲେଖାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା  ପରିବାର ଲୋକ ଅଭିଯୋଗ କରିଛନ୍ତି। ଡାକ୍ତର ପ୍ରସବ ସମୟରେ ଲାଞ୍ଚ ମାଗିଥିବା ନେଇ ମଧ୍ୟ ସେମାନେ ଅଭିଯୋଗ ହୋଇଛି।

ପ୍ରସୂତି ମହିଳାଙ୍କ କେଉଁ କାରଣରୁ ମୃତ୍ୟୁ ଘଟିଲା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ଅତିରକ୍ତି ଚିକିତ୍ସା ଅଧିକାରୀ ସୁରେଶ କୁମାର ତ୍ରିପାଠୀ କହିଛନ୍ତି। ଡାକ୍ତର ଲାଞ୍ଚ ମାଗୁଥିଲେ ନା ନାହିଁ ତଦନ୍ତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos