ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାରେ କ୍ଷତିପୂରଣ ଦାବିରେ ଚାଲିଥିବା ଏନ୍ଏଚ୍ ଅରରୋଧ ହଟିଲା

ବରଗଡ଼: ବରଗଡ଼ରେ ବିଷ ପିଇ ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାରେ କ୍ଷତିପୂରଣ ଦାବିରେ ଚାଲିଥିବା ଏନ୍ଏଚ୍ ଅରରୋଧ ହଟିଛି। ମୃତ ଚାଷୀଙ୍କ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ମୃତଦେହ ରଖି ଗତକାଲି କଳାପାଣି ନିକଟରେ ଜାତୀୟ ରାଜପଥ -୫୩ ଅବରୋଧ କରିଥିଲେ। କୃଷକ ନେତା ଲିଙ୍ଗରାଜ ମଧ୍ୟ ସେଥିରେ ଯୋଗ ଦେଇଥିଲେ। ତେବେ ଜିଲ୍ଲାପାଳ,ଉପଜିଲ୍ଲାପାଳ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ସହାୟତା ନେଇ […]

bargarh

bargarh

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 08:08 AM IST

Sports

Latest News

ବରଗଡ଼: ବରଗଡ଼ରେ ବିଷ ପିଇ ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାରେ କ୍ଷତିପୂରଣ ଦାବିରେ ଚାଲିଥିବା ଏନ୍ଏଚ୍ ଅରରୋଧ ହଟିଛି। ମୃତ ଚାଷୀଙ୍କ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ମୃତଦେହ ରଖି ଗତକାଲି କଳାପାଣି ନିକଟରେ ଜାତୀୟ ରାଜପଥ -୫୩ ଅବରୋଧ କରିଥିଲେ। କୃଷକ ନେତା ଲିଙ୍ଗରାଜ ମଧ୍ୟ ସେଥିରେ ଯୋଗ ଦେଇଥିଲେ। ତେବେ ଜିଲ୍ଲାପାଳ,ଉପଜିଲ୍ଲାପାଳ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ସହାୟତା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆଜି ଭୋର ୪ଟାରୁ ରାଜପଥ ଅବରୋଧ ହଟିଥିଲା।

ମୃତ ଚାଷୀଙ୍କ ପରିବାରକୁ ୪ ଡେସିମିଲ୍ ଜମି, ରେଡ୍‌ କ୍ରସ୍‌ରୁ ୧୦ ହଜାର ସମେତ ମୋଟ ୪୨ହଜାର ଟଙ୍କାର ସହାୟତା, ବିଜୁ ପକ୍କାଘର ଦିଆଯିବା ନେଇ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ଏଥିସହ ଜଳସେଚିତ ଅଞ୍ଚଳରେ ଫସଲ ନଷ୍ଟ ହେଲେ କ୍ଷତିପୂରଣ ବାବଦରେ ହେର ପିଛା ୧୩ହଜାର ୫ଶହ ହିସାବରେ ମୋଟ ୬୩କୋଟି ଟଙ୍କା ବରଗଡ଼ ଜିଲ୍ଲାକୁ ଆସିଥିବା ବିଧାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos