ବରଗଡ଼: ଛାତ ପଡ଼ି ୪ ଶ୍ରମିକ ଗୁରୁତର

ବରଗଡ଼: ଆଜି ବରଗଡ଼ ବଜାରରେ ଜବରଦଖଲ ଉଚ୍ଛେଦ ବେଳେ ଛାତ ପଡ଼ି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଶ୍ରମିକଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଆଜି ଜବତଦଖଲ ଉଚ୍ଛେଦ ପାଇଁ ଚିହ୍ନଟ ହୋଇଥିବା ଏକ ରେଷ୍ଟୁରାଣ୍ଟର ଛାତକୁ ଭାଙ୍ଗିବା ପାଇଁ ଅମିନ ଗୁର୍ଲା, ଆକାଶ ଟୋପ୍ନୋ, ସୁରେଶ ମାଝି ଓ ସୁମିତ କେରକେଟାଙ୍କୁ ନିୟୋଜିତ କରାଯାଇଥିଲା। ଛାତ ଭାଙ୍ଗୁ ଥିବା ବେଳେ ଅକସ୍ମାତ ତାଙ୍କ ଉପରେ ପଡ଼ିଯାଇ ଥିଲା। ଫଳରେ ୪ ଜଣ ଯାକ ଆହତ ହୋଇଥିଲେ।  ରେଷ୍ଟୁରାଣ୍ଟର ମାଲିକ ଗୁରୁତର ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।