ଅନୈତିକ ସମ୍ପର୍କ ପାଇଁ ଚପଲ ମାଳ ପକାଇ ବୁଲାଇଲେ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଅନୈତିକ ସମ୍ପର୍କ ପାଇଁ ଜଣେ ମହିଳା ଓ ଯୁବକଙ୍କ ବେକରେ ଚପଲ ମାଳ ପାକାଇ ଦାଣ୍ଡରେ ବୁଲାଇଲେ ଗାଁ ଲୋକ। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅଞ୍ଚଳରୁ ଆସିଛି। ଯାହାର ଭିଡିଓ ଭଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓକୁ ଆଧାର କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବଡଗଡ଼ ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହିତ ଜଣେ ଯୁବକ ଅନୈତ ସମ୍ପର୍କ ରଖିଥିଲେ। ଏ ସମ୍ପର୍କରେ ଗାଁ ଲୋକେ ଜାଣିପାରି ସମ୍ପୃକ୍ତ ଯୁବକ ଓ ମହିଳାଙ୍କ ଅଣ୍ଟାରେ ରଶି ବାନ୍ଧି ଦେଇଥିଲେ। ପରେ ସେମାନଙ୍କ ବେକରେ ଜୋତା ମାଳା ପକାଇ ଗାଁ ଦାଣ୍ଡରେ ଚଲାଇ ନେଇଥିଲେ। ଯାହାର ଭିଡ଼ିଓ ଭାଇରାଲ୍‌ ହୋଇଛି। ଭିଡିଓଟି ଏବେ ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଛି।

ଭିଡିଓ ଭାଇରାଲ୍‌ ହେବା ପରେ ବଡଗଡ଼ ଥାନା ପୁଲିସ ମାମଲା ରୁଜୁ କରି ୬ରୁ ୭ ଜଣଙ୍କୁ ଥାନାରେ ଅଟକ ରଖିଛି। ଏହି ମାମଲାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ଏହି ମାମଲାରେ ଗାଁ ଲୋକେ ମୁହଁ ଖୋଲୁ ନାହାଁନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।