ବାରିପଦା: ୪ଜଣଙ୍କ ଉପରେ ମାଡ଼ି ଗଲା ଟ୍ରକ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଚିଆଁବେଡାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ଜଣ ଅଛନ୍ତି। ରାସ୍ତା ପାର ହେଉଥିବା ବେଳେ ଏକ ୧୦ ଚକିଆ ଟ୍ରକ ସେମାନଙ୍କ ଉପରେ ମାଡିଯାଇଥିଲା। ଫଳରେ ଘଟଣା ସ୍ଥଳରେ ମରୀ ସମାଡ଼(୮), କେଦାର ସମାଡ଼(୪୫) ଓ ଇନ୍ଦୁଙ୍କର ମୃତ୍ୟୁ ଘଟିଥଲା। ଗୁରୁତର ଭାବେ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୁରୁ ସମାଡ଼(୩୫)ଙ୍କ ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ଘଟିବାର କିଛି ସମୟ ପରେ ସେହି ସ୍ଥାନରେ ଏକ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ୫ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।