ବାରିପଦା: କୁକୁଡା ରେଞ୍ଜ ସପନଚୂଆ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର

ବାରିପଦା: ବାରିପଦା ବନଖଣ୍ଡ ଅଧୀନ କୁକୁଡା ରେଞ୍ଜ ସପନଚୂଆ ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। କିଛିଦିନ ପୂର୍ବେ ଏକ ହାତୀପଲ ଶିପିଳିପାଳ ଆଡୁ ଆସି ବିଲରେ ଫସଲ ନଷ୍ଟ କରିବା ପରେ ଜଙ୍ଗଲକୁ ଫେରି ଯାଇଥିଲେ। ସେତେବେଳେ ହୁଏତ ହାତୀଟିର ମୃତ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଆଜି ହାତୀର ମୃତଦେହ ଦେଖି ଗ୍ରାମବାସୀ ସ୍ଥାନୀୟ ରେଞ୍ଜ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଖବରପାଇ କୁକୁଡା ରେଞ୍ଜ ଅଧିକାରୀ ଓ କର୍ମଚାରୀ, […]

hati

hati

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 11:50 AM IST

Sports

Latest News

ବାରିପଦା: ବାରିପଦା ବନଖଣ୍ଡ ଅଧୀନ କୁକୁଡା ରେଞ୍ଜ ସପନଚୂଆ ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। କିଛିଦିନ ପୂର୍ବେ ଏକ ହାତୀପଲ ଶିପିଳିପାଳ ଆଡୁ ଆସି ବିଲରେ ଫସଲ ନଷ୍ଟ କରିବା ପରେ ଜଙ୍ଗଲକୁ ଫେରି ଯାଇଥିଲେ। ସେତେବେଳେ ହୁଏତ ହାତୀଟିର ମୃତ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଆଜି ହାତୀର ମୃତଦେହ ଦେଖି ଗ୍ରାମବାସୀ ସ୍ଥାନୀୟ ରେଞ୍ଜ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଖବରପାଇ କୁକୁଡା ରେଞ୍ଜ ଅଧିକାରୀ ଓ କର୍ମଚାରୀ, ପ୍ରାଣୀ ବିଶେଷଜ୍ଞ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀଟିକୁ କେହି ଶିକାର କରିଛି କି ବିଷ ପ୍ରୟୋଗ ଦ୍ୱାରା ମୃତ୍ୟୁ ଘଟିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ରେଞ୍ଜର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos