ପୋଲିସ ଜାଲରେ ଫଶିଗଲା ନକଲି ନୋଟ୍‌ ଛାପା ରାକେଟ୍‌

ବାରିପଦା (ଓଡ଼ିଶା ରିପୋର୍ଟର): ବାରିପଦା ପୋଲିସ୍‌ ଆଜି ଏକ ଜାଲ୍‌ ନୋଟ୍‌ ରାକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ ୯୦ଟି ଜାଲ୍‌ ନୋଟ୍‌ ଜବତ କରିଛି। ତେବେ ଏହି କାରବାର କେତେଦିନ ଧରି ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଗତ ବୁଧବାର ରାସଗୋବିନ୍ଦପୁର ଥାନ ଅନ୍ତର୍ଗତ ଅଳା ଗାଁର ଦୁଇ ଜଣ ଯୁବକ ୨୦୦୦ ଟଙ୍କିଆ ନୋଟ୍‌ ଦେଇ ଏକ […]

fake note seaze

fake note seaze

Rakesh Mallick
  • Published: Friday, 02 February 2018
  • Updated: 02 February 2018, 05:29 PM IST

Sports

Latest News

ବାରିପଦା (ଓଡ଼ିଶା ରିପୋର୍ଟର): ବାରିପଦା ପୋଲିସ୍‌ ଆଜି ଏକ ଜାଲ୍‌ ନୋଟ୍‌ ରାକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ ୯୦ଟି ଜାଲ୍‌ ନୋଟ୍‌ ଜବତ କରିଛି। ତେବେ ଏହି କାରବାର କେତେଦିନ ଧରି ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଗତ ବୁଧବାର ରାସଗୋବିନ୍ଦପୁର ଥାନ ଅନ୍ତର୍ଗତ ଅଳା ଗାଁର ଦୁଇ ଜଣ ଯୁବକ ୨୦୦୦ ଟଙ୍କିଆ ନୋଟ୍‌ ଦେଇ ଏକ ଦୋକାନରୁ କିଛି ସାମଗ୍ରୀ କିଣି ଥିଲେ। ନୋଟ୍‌ ଦେଖି ଦୋକାନୀଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ଏ ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ଉକ୍ତ ଯୁବକକୁ କାବୁ କରି ପୋଲିସ ଜିମା ଦେଇଥିଲେ। ପୋଲିସ ସମ୍ପୃକ୍ତ ଯୁବକଙ୍କ ବୟାନ୍‌କୁ ଆଧାରକରି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବିଦ୍ୟାଧରପୁର ଗାଁ ଏସ୍‌.କେ. ସଲିମ୍‌ଉଦ୍ଦିନ୍‌ଙ୍କୁ ଗିରଫ କରିବା ସହିତ ଜାଲ ନୋଟ୍‌ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos