ବାରିପଦା: ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା, ୪ ମୃତ

ବାରିପଦା: ବାରିପଦାରେ ଶୁକ୍ରବାର ଘଟିଛି ଦୁଇଟି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁଇଟି ପୃଥକ ପୃଥକ ସ୍ଥାନରେ ଘଟିଥିବା ଏହି ଦୁର୍ଘଟଣାରେ ଚାରି ଜଣ ପ୍ରାଣ ହରାଇଛନ୍ତି । ଅପରାହ୍ନରେ ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଏକ ବାଇକକୁ ଧକ୍କା ଦେଇଥିଲା ଫଳରେ ଦୁଇଜଣ ଆରୋହୀ  ପ୍ରାଣ ହରାଇଥିଲେ । ସେହିପରି ଖୁଣ୍ଟା ଥାନା ଇଟିଆ ଛକରେ ଟ୍ରକ ବାଇକ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।