ପ୍ରେମିକକୁ ବ୍ଲାକମେଲ୍‌ କରୁ କରୁ ଫସିଗଲେ ଥାନାବାବୁ

ବାରିପଦା (ଓଡ଼ିଶା ରିପୋର୍ଟର): ବିନା ଦୋଷରେ ରାତି ଅଧିଆ ଜଣେ ଯୁବକକୁ ଉଠାଇ ଆଣିଲେ। ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ପରି ମାମଲା ରୁଜୁ କରି ନିର୍ଦ୍ଧୁମ ପିଟିଥିଲେ। ପରେ ଜେଲ୍‌କୁ ପଠାଇ ଦେଇଥିଲେ। ଜେଲରୁ ବାହାରିବା ପରେ ୩୦୭ ଦଫା ଉଠାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ବାରିପଦା ଟାଉନ୍‌ ଥାନା ସବ୍‌-ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଶାନ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଶ୍ୱଜିତ ଶିଖର ନାମକ ଜଣେ ଯୁବକ […]

vigilance arrest baripada town thana subinspecter

vigilance arrest baripada town thana subinspecter

Rakesh Mallick
  • Published: Wednesday, 28 February 2018
  • Updated: 01 March 2018, 03:19 AM IST

Sports

Latest News

ବାରିପଦା (ଓଡ଼ିଶା ରିପୋର୍ଟର): ବିନା ଦୋଷରେ ରାତି ଅଧିଆ ଜଣେ ଯୁବକକୁ ଉଠାଇ ଆଣିଲେ। ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ପରି ମାମଲା ରୁଜୁ କରି ନିର୍ଦ୍ଧୁମ ପିଟିଥିଲେ। ପରେ ଜେଲ୍‌କୁ ପଠାଇ ଦେଇଥିଲେ। ଜେଲରୁ ବାହାରିବା ପରେ ୩୦୭ ଦଫା ଉଠାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ବାରିପଦା ଟାଉନ୍‌ ଥାନା ସବ୍‌-ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଶାନ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ବିଶ୍ୱଜିତ ଶିଖର ନାମକ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ସମୟରେ କୌଣସି ଯୌତୁକ ଆଣିନଥିଲେ। ବିବାହ ପରେ ନିଜ ସ୍ତ୍ରୀକୁ ମଧ୍ୟ ପାଠ ପଢ଼ାଉଥିଲେ। ମାତ୍ର କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସ୍ତ୍ରୀ ବାପ ଘରେ ରହିବା ସହିତ ବିଶ୍ୱଜିତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ସମାଧାନ କରିବା ପରିବର୍ତ୍ତେ ରାତି ୧ଟା ବେଳେ ବିଶ୍ୱଜିତଙ୍କୁ ଘରୁ ଉଠାଇ ଆଣିଥିଲା। ହାଜତରେ ପୂରାଇ ସବ୍‌-ଇନ୍ସପେକ୍ଟର ସଚ୍ଚିଦାନନ୍ଦ ମାଡ଼ ମାରିଥିବା ବିଶ୍ୱଜିତ ଅଭିଯୋଗ କରିଛନ୍ତି। ବିଭିନ୍ନ ଦଫା ଲଗାଇ ଜେଲ୍‌ ପଠାଇ ଦେଇଥିଲେ। ବେଲ୍‌ରେ ଆସିବା ପରେ ବିଶ୍ୱଜିତଙ୍କ ବିରୋଧରେ ଲାଗିଥିବା ୩୦୭ ଦଫା ଉଠାଇବା ପାଇଁ ଟାଉନ୍‌ ଥାନାର ସବ୍‌-ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଶାନ ୧୫,୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏପରିକି ବାରମ୍ୱାର ଧମକ ଦେଉଥିବା ବିଶ୍ୱଜିତ ଅଭିଯୋଗ କରିଥିଲେ। ମୂଲଚାଲ୍‌ ପରେ ୫୦୦୦ ଟଙ୍କା ଛିଡ଼ିଥିଲା। ଏନେଇ ବିଶ୍ୱଜିତ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ବିଶ୍ୱଜିତ ବୁଧବାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ (ସଚ୍ଚିଦାନନ୍ଦ) ଗିରଫ କରିଥିଲେ। ଏପରିକି ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ସଚ୍ଚିଦାନନ୍ଦଙ୍କ ପୈତୃକ ଘର ରାଉରକେଲାର ବାସନ୍ତୀ କଲୋନୀରେ ମଧ୍ୟ ଚଢ଼ାଉ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos