ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତିକରଣରେ ଅନିୟମିତତା ଅଭିଯୋଗ

barmunda4ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତିକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ବସଷ୍ଟାଣ୍ଡ ଉନ୍ନତୀକରଣ ଲାଗି ଖର୍ଚ୍ଚ ହୋଇଛି ୫୫ ଲକ୍ଷ ଟଙ୍କା ହେଲେ ବସଷ୍ଟାଣ୍ଡର ବାସ୍ତବ ଚିତ୍ର ଦେଖିଲେ ଏହି ଟଙ୍କା କେବଳ କାଗଜକଲମରେ ଖର୍ଚ୍ଚ ହୋଇଥିବା ଅଭିଯୋଗ ହେଉଛି।

ବର୍ଷାଦିନ ଛାଡନ୍ତୁ ଅଦ୍ୟ ଦିନରେ ବି ବସଷ୍ଟାଣ୍ଡରେ ଯିବା ଶୁଖିଲା ସମୟରେ ବି ଏଠିକି ଯିବା ମୁସ୍କିଲ। ଚାରିଆଡେ଼ ଖାଲଖମା, ଅଳିଆ ଆବର୍ଜନା ଓ ପୁତ୍ତି ଗନ୍ଧମୟ ପରିବେଶ। ସୌଚାଳୟ, ଯାତ୍ରୀ ବିଶ୍ରାମସ୍ଥଳ ସବୁର ଅବସ୍ଥା ଅତି ଦୟନୀୟ। ନିକଟ ଅତୀତରେ ବସଷ୍ଟାଣ୍ଡର ଉନ୍ନତିକରଣରେ ଖର୍ଚ୍ଚ ହୋଇଛି ୫୫ ଲକ୍ଷ ୯୫ ହଜାର ଟଙ୍କା। ଏଠାରେ ନିର୍ମାଣ ହୋଇଥିବା ଏହି ଦୁଇଟି ଶୌଚାଳୟ ଓ ୩ଟି ପରିଶ୍ରାଗାର ପାଇଁ ଖର୍ଚ୍ଚ ହୋଇଛି ୨୩ ଲକ୍ଷ ୮୬ ହଜାର ଟଙ୍କା। ଏଥିରେ ଟାଇଲ୍ ଲଗାଇବାକୁ ଯଥାକ୍ରମେ ୭ ଲକ୍ଷ ୪୭ ଓ ୩ ଲକ୍ଷ ୨୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ରଙ୍ଗ କାମ ପାଇଁ ୬ଲକ୍ଷ  ୩୬ ହଜାର, ପାଣି ପାଇପ୍ ପାଇଁ  ୩ଲକ୍ଷ ୯୧ ହଜାର, ପାଚେରୀ କାମ ପାଇଁ ୧୦ଲକ୍ଷ ୬୪ ହଜାର ଓ ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ୫୦ ହଜାର ଟଙ୍କା। ତେବେ ବାସ୍ତବ ଚିତ୍ର ଦେଖିଲେ ବସଷ୍ଟାଣ୍ଡର ଉନ୍ନତିକରଣ ଯୋଜନା କେମିତି କାର୍ଯ୍ୟକାରୀ ହୋଇଛି ତାହା ସ୍ପଷ୍ଟ ହେଉଛି।barmunda3

ଜଣେ ଯାତ୍ରୀ କହିଛନ୍ତି, ଏତେ ଦୁର୍ଗନ୍ଧ ହେଉଛି ଯେ, ଟିକେଟ୍ କାଉଣ୍ଟରରେ ୫ ମିନିଟ ଛିଡା ହୋଇପାରିବେ ନାହିଁ। ପରିସ୍ରାଗାରରେ ବହୁତ ଭିଡ ଦେଖିବାକୁ ମିଳୁଛି।

ବସ୍ ମାଲିକ ସଂଘ ସହ ସମ୍ପାଦକ ଉପେନ୍ଦ୍ର ପ୍ରଧାନ କହିଛନ୍ତି, ଷ୍ଟାଣ୍ଡର ମୁଖ୍ୟ ସମସ୍ୟା ହେଉଛି ବିଦ୍ୟୁତ ବ୍ୟବସ୍ଥା ଜମାରୁ ନାହିଁ। ଗୋରୁ, ଗାଇଙ୍କ ଅବାଧ ପ୍ରବେଶ ଯୋଗୁଁ ଗୁହାଳ ଭଳି ହୋଇଛି। ଖାଲି ରଙ୍ଗ କରାଯାଇଛି। ଆଉ କିଛି କାମ ହୋଇନାହିଁ।barmunda

ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି, ବହୁତ ବର୍ଷ ପରେ ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର କରାଯାଉଛି। ଟାଙ୍କିଗୁଡାକ ୨୨ରୁ ୨୫ ବର୍ଷ ପରେ ସଫଶ ହେଉଛି। କାମ ଚାଲିଛି। ପରିସ୍ରାଗାର ଗୁଡିକ ନଷ୍ଟ ହୋଇଯାଇଥିଲା। ତାହାର କାମ ମଧ୍ୟ ଚାଲିଛି। ବରମୁଣ୍ଡା ବସଷ୍ଟାଣ୍ଡକୁ ନୂତନ କରି କରିବାକୁ ମାଳତୀପାଟପୁର ବସଷ୍ଟାଣ୍ଡ କରିଥିବା ରାଇଟ୍ସ ସଂସ୍ଥାକୁ କାମ ଦିଆଯାଉଛି। ଯେଉଁ ୫୫ଲକ୍ଷ ଟଙ୍କା ଆସିଛି ସେଥିରେ କିଛି ସ୍ଥାନରେ କଂକ୍ରିଟ ରାସ୍ତା ହେଉଛି। କିଛି ଯାଗାରେ ପିଇବା ପାଣିର ସମସ୍ୟା ଥିଲା ତାକୁ ମଧ୍ୟ ସମାଧାନ କରିବାକୁ ଚେଷ୍ଟା କରାଯାଉଛି। ପାଚେରୀ କାମ କରାଯାଉଛି। କିଛି କାମ ଲାଗି କାର୍ଯ୍ୟାଦେଶ ଦିଆଯାଇଛି।barmunda1

ବରମୁଣ୍ଡା ବସଷ୍ଟାଣ୍ଡକୁ ପୁରୀ ମାଳତୀପାଟପୁର ଢାଞ୍ଚାରେ ତିଆରି କରିବାକୁ ଯୋଜନା ରହିଛି। ଏହାର ଡିପିଆର୍ ମଧ୍ୟ ପ୍ରସ୍ତୁତ ହେଉଛି। ଏହି ହାଇଟେକ୍ ବସଷ୍ଟାଣ୍ଡ ପାଇଁ ଖର୍ଚ୍ଚ ହେବ ପ୍ରାୟ ଶହେ କୋଟି ଟଙ୍କା। ତେବେ ନୂଆ ବସଷ୍ଟାଣ୍ଡ ଲାଗି ଯୋଜନା ଚାଲିଥିବା ବେଳେ ପୁରୁଣା ବସଷ୍ଟାଣ୍ଡରେ କାହିଁକି ଏତେ ଟଙ୍କା ଖର୍ଚ୍ଚ କରାଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।