ବର୍ଷାସୋନୀଙ୍କ ଭରଣ ପୋଷଣ ବାବଦକୁ ମାସକୁ ୨୫ ହଜାର ଟଙ୍କା ଦେବେ ରାଜାଶ୍ରୀ ମହାନ୍ତି

ବାଲେଶ୍ୱର: ବର୍ଷାସୋନୀଙ୍କ ଭରଣ ପୋଷଣ ବାବଦକୁ ମାସକୁ ୨୫ ହଜାର ଟଙ୍କା ଦେବେ ରାଜାଶ୍ରୀ ମହାନ୍ତି। ବର୍ଷାସୋନୀ ଯୌତୁକ ନିର୍ଯାତନା ମାମଲାରେ ଆଜି ଏହି ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ କରିଛନ୍ତି ବାଲେଶ୍ୱର ପରିବାର ଅଦାଲତ।

ବର୍ଷାସୋନୀଙ୍କ ଓକିଲଙ୍କ ଯୁକ୍ତି ଅନୁସାରେ ରାଜାଶ୍ରୀ ଏକ ଘରୋଇ  କମ୍ପାନୀରେ ଚାକିରି କରିଛନ୍ତି। ସେଠାରେ ତାଙ୍କର ମାସିକ ଦରମା ୧ଲକ୍ଷ ୬୦ହଜାର ଟଙ୍କାରୁ ଅଧିକ। ସେହିପରି ହୋଟେଲ, ଜମିଜମାକୁ ମିଶାଇ ବାର୍ଷିକ ମୋଟ ୩୦ଲକ୍ଷ ଟଙ୍କା ରାଜାଶ୍ରୀ ରୋଜଗାର କରିଥାନ୍ତି।

ତେବେ ରାଜାଶ୍ରୀ ଓକିଲ କହିଛନ୍ତି, ରାଜାଶ୍ରୀ ବର୍ତ୍ତମାନ ଆଇନ ମହାବିଦ୍ୟାଳୟରେ ଛାତ୍ର ଅଛନ୍ତି। ତାଙ୍କର କିଛି ରୋଜଗାର ନ ଥିବାବେଳେ ଏତେ ଟଙ୍କା ରାଜାଶ୍ରୀ କେଉଁଠୁ ଆଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହିତ ପରିବାର ଅଦାଲତର ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି ତାଙ୍କ ଓକିଲ ପ୍ରକାଶ କରିଛନ୍ତି।