ଡିଜିଙ୍କୁ ଭେଟିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, କାରଣ…

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବର୍ଷା ପ୍ରିୟଦର୍ଶିନୀ। ଓଡ଼ିଆ ସିନେ ଜଗତର ଜଣେ ଲୋକପ୍ରିୟ ନାୟିକା ହେଉଛନ୍ତି ବର୍ଷା। ଶିଶୁ କଳାକାରରୁ କ୍ୟାରିୟର ଆରମ୍ଭ କରିଥିବା ବର୍ଷା କାଳକ୍ରମେ ଦର୍ଶକଙ୍କୁ ଅନେକ୍ ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ଏହି ସୁନ୍ଦରୀ ନାୟିକାଙ୍କ ନିଆରା ଅଭିନୟ ଓଡ଼ିଆ ଦର୍ଶକଙ୍କୁ ବେଶ ଛୁଇଁପାରିଛି।

କେବଳ ଓଡ଼ିଆ ନୁହଁ ସେ ମଧ୍ୟ ବହୁଭାଷୀ ସିନେମାରେ କାମ କରିଛନ୍ତି। ତେବେ ସେ ନିକଟରେ ଓଡ଼ିଶାର ଡିଜି ଆର.କେ. ଶର୍ମାଙ୍କୁ ଭେଟିଛନ୍ତି। ଏଥିସହ ଡିଜି ଆରପି ଶର୍ମାଙ୍କ ସହ କିଛି ଫଟୋ ମଧ୍ୟ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ ବର୍ଷା ଡିଜିଙ୍କୁ ଭେଟିବାର କାରଣ କ’ଣ ?  କାହିଁକି ସେ ଡିଜିଙ୍କ ପାଖକୁ ଯାଇଥିଲେ? ଆପଣ କିନ୍ତୁ  କୌଣସି ପ୍ରକାର ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ।

ସେମିତି କିଛି ଅଭିଯୋଗ କିମ୍ବା ଅନ୍ୟ କୌଣସି କାରଣ ପାଇଁ ବର୍ଷା ଡିଜିଙ୍କ ପାଖକୁ ଯାଇ ନଥିଲେ। ବରଂ ସାମାଜିକ ସ୍ତରରେ ମଙ୍ଗଳ ପାଇଁ ସେ ଡିଜିଙ୍କ ପାଖକୁ ଯାଇଥିଲେ। ବିଶେଷକରି ଘରୋଇ ହିଂସା ବିରୋଧରେ ଏକ ସଚେତନାତା କାର୍ଯ୍ୟକ୍ରମ ପାଇଁ ପୋଲିସର ସହଯୋଗ ଲାଗି ବର୍ଷା ଡିଜିଙ୍କୁ ଭେଟିଛନ୍ତି।

‘ସମ୍ମାନିତ’ ସଙ୍ଗଠନ ଆନୁକୂଲ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୬ ତାରିଖରେ ଆୟୋଜନ ହେବ। ବିଶେଷ କରି ମହିଳାମାନଙ୍କ ହିତ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କାର୍ଯ୍ୟକ୍ରମଟି ଓଡ଼ିଶା ପୋଲିସ ସହାୟତାରେ ହେଉଥିବା ବର୍ଷା ତାଙ୍କ ଫେସ୍‌ବୁକ୍‌ ପେଜରେ ଲେଖିଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲିସର ସହଯୋଗ ପାଇଁ  ବର୍ଷା ଡିଜିଙ୍କୁ ଧନ୍ୟବାଦ ଜଣାଇଥିବା ଫେସ୍‌ବୁକ୍‌ରେ ଲେଖିଛନ୍ତି।