ବର୍ଷାସୋନୀ ଯୌତୁକ ନିର୍ଯାତନା ମାମଲା: ପାରିବାରିକ ହିଂସା ମାମଲାରୁ ମୁକୁଳିଲେ ରଘୁନାଥ ଓ ତାଙ୍କ ପତ୍ନୀ

ବାଲେଶ୍ୱର: ବର୍ଷାସୋନୀ ଯୌତୁକ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପତ୍ନୀ ପ୍ରୀତିଲତା ମହାନ୍ତିଙ୍କ ନାମକୁ ପାରିବାରିକ ହିଂସା ମାମଲାରୁ ବାଦ୍‌ ଦେବା ପାଇଁ କରାଯାଇଥିବା ଆବେଦନକୁ ଜିଲ୍ଲା ଓ ଦୌରା ଜଜ୍ ବିରଞ୍ଚି ନାରାୟଣ ମହାନ୍ତି ଗ୍ରହଣ କରିଛନ୍ତି। ପାରିବାରିକ ହିଂସା ମାମଲାରେ ରଘୁନାଥ ଓ ପ୍ରୀତିଲତାଙ୍କ ନାମକୁ ଦାଦ୍‌ ଦେବା ପାଇଁ ପ୍ରଥମେ ବାଲେଶ୍ୱର ଏସଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରାଯାଇଥିଲା। ଗତ ଫେବ୍ରୁଆରୀ ମାସ ୪ ତାରିଖରେ ଏସଡିଜେଏମ୍‌ ଆବେଦନକୁ ଖାରଜ୍‌ କରିଦେଇଥିଲେ। ପରେ ରଘୁନାଥଙ୍କ ତରଫରୁ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଏହି ରାୟ ବିରୁଦ୍ଧରେ ଆବେଦନ କରାଯାଇଥିଲା। ଆବେଦନର ଶୁଣାଣି କରି କୋର୍ଟ ଆଜି ଏହି ରାୟ ପ୍ରକାଶ କରିଛନ୍ତି।