ହାତ ପାହାନ୍ତାରେ ମିଳିବ ତଟକା ମାଛ: ଆଜି ଖୋଲିବ ୨୬ଟି ଚିଲିକା ଫ୍ରେସ୍ କାଉଣ୍ଟର

ଭୁବନେଶ୍ୱର: ହାତ ପାହାନ୍ତାରେ ମିଳିବ ତଟକା ମାଛ। ରାଜଧାନୀବାସୀଙ୍କ ମାଛ ଚାହିଦାକୁ ମେଣ୍ଟାଇବାକୁ ଏପରି କିଛି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆଜି ୨୬ଟି ଚିଲିକା ଫ୍ରେସ୍ କାଉଣ୍ଟର ଖୋଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାଉଣ୍ଟରକୁ ଉଦଘାଟନ କରିବେ। ଏହାସହ ଆରମ୍ଭ ହେବ ଫିସ୍-ଅନ୍-ହ୍ୱିଲ୍ ବ୍ୟବସ୍ଥା। ବର୍ତ୍ତମାନ  ଆନ୍ଧ୍ରପ୍ରଦେଶରୁ ପ୍ରତିବର୍ଷ ପ୍ରାୟ ୨ଶହ କୋଟି ଟଙ୍କାର ମାଛ ଆମଦାନୀ ହେଉଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ଚାହିଦାକୁ ରାଜ୍ୟରେ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 09:45 AM IST

Sports

Latest News

ଭୁବନେଶ୍ୱର: ହାତ ପାହାନ୍ତାରେ ମିଳିବ ତଟକା ମାଛ। ରାଜଧାନୀବାସୀଙ୍କ ମାଛ ଚାହିଦାକୁ ମେଣ୍ଟାଇବାକୁ ଏପରି କିଛି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆଜି ୨୬ଟି ଚିଲିକା ଫ୍ରେସ୍ କାଉଣ୍ଟର ଖୋଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାଉଣ୍ଟରକୁ ଉଦଘାଟନ କରିବେ। ଏହାସହ ଆରମ୍ଭ ହେବ ଫିସ୍-ଅନ୍-ହ୍ୱିଲ୍ ବ୍ୟବସ୍ଥା।

ବର୍ତ୍ତମାନ  ଆନ୍ଧ୍ରପ୍ରଦେଶରୁ ପ୍ରତିବର୍ଷ ପ୍ରାୟ ୨ଶହ କୋଟି ଟଙ୍କାର ମାଛ ଆମଦାନୀ ହେଉଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ଚାହିଦାକୁ ରାଜ୍ୟରେ ହିଁ ପୂରଣ ପାଇଁ ଲକ୍ଷ୍ୟ ରଖିଥିବା  ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଦାମୋଦର ରାଉତ। ଏହାସହ ୧୦ବର୍ଷ  ଭିତରେ ଓଡ଼ିଶାରୁ ୧୦ ହଜାର କୋଟି ଟଙ୍କାର ମାଛ ରପ୍ତାନୀ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ  କରିଛନ୍ତି ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos