ଘନ କୁହୁଡି: ଟ୍ରେନ୍‌ ଛାଡିବାରେ ବିଳମ୍ୱ ହେବ

ଭୁବନେଶ୍ୱର: କୁହୁଡ଼ି ଯୋଗୁଁ ଆଜି ଓ ଆସନ୍ତାକାଲି ଅଧିକାଂଶ ଟ୍ରେନ୍‌ ବିଳମ୍ୱରେ ଛାଡ଼ିବ। ଏ ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାତି ୯.୪୫ ମିନିଟ୍‌ ପରିବର୍ତ୍ତେ ରାତି ୧ଟା ବେଳେ ଛାଡ଼ିବ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌।

ସେହିପରି ଆସନ୍ତାକାଲି ସକାଳ ୧୧.୪୦ ମିନିଟ୍‌ ପରିବର୍ତ୍ତେ ରାତି ୯ଟାରେ ଛାଡ଼ିବ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌। ଆସନ୍ତାକାଲି ସକାଳ ୧୦.୫୫ ମିନିଟ୍‌ ପରିବର୍ତ୍ତେ ଅପରାହ୍ନ ୩ଟାରେ ଛାଡ଼ିବ ନନ୍ଦନକାନନ ଏକ୍ସପ୍ରେସ୍‌। ଏହାଛଡ଼ା ଆସନ୍ତାକାଲି ଭୁବନେଶ୍ୱର-ନୂଆଦିଲ୍ଲୀ ସୁପରଫାଷ୍ଟ୍‌ ଟ୍ରେନ୍‌ ଓ ଅନୁଗୋଳ-ଝାରସୁଗୁଡ଼ା-ରାଉରକେଲା ଦେଇ ଯାଉଥିବା ସୁପରଫାଷ୍ଟ ଟ୍ରେନ୍‌ ଗୁଡ଼ିକ ବିଳମ୍ୱରେ ଛାଡ଼ିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।