ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ସରକାରୀ ମାନ୍ୟତା ମାମଲା: ୩ମାସ ସମୟ ମାଗିଲେ ସରକାର

ନୂଆଦିଲ୍ଲୀ: ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ସରକାରୀ ଅଧ୍ୟାପକ ମାନ୍ୟତା ମାମଲାରେ ସୁପ୍ରିମକୋର୍ଟରେ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ନୀତି ନିର୍ଦ୍ଧାରଣ ପାଇଁ ସରକାର ୩ମାସ ସମୟ ମାଗିଛନ୍ତି। ନଭେମ୍ବର ୧୪ ସୁଦ୍ଧା ସାନି ସତ୍ୟପାଠ ଦାଖଲ ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୧୪ରେ ଏହି ମାମଲାର ଶୁଣାଣି ହେବ।