ଜଗମୋହନ ମରାମତି ପ୍ରସଙ୍ଗ: ଆଜି ବସିବ କୋର୍ କମିଟି ବୈଠକ

ଭୁବନେଶ୍ୱର: ଅନିଶ୍ଚିତତା ମଧ୍ୟରେ ଶ୍ରୀମନ୍ଦିରର ଜଗମୋହନ ମରାମତି କାମ। ବିବାଦର ସମାଧାନ ନେଇ ଆଜି ଆଇନମନ୍ତ୍ରୀ କୋର୍ କମିଟି ବୈଠକ ଡାକିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା କୋର୍ କମିଟି ଏବଂ ଏଏସ୍‌ଆଇ ଅଧିକାରୀଙ୍କୁ ନେଇ ଆଲୋଚନା ହେବ। ଷ୍ଟିଲ୍‌ ଫ୍ରେମ୍ ଦେଇ ଜଗମୋହନକୁ ସୁରକ୍ଷିତ କରିବା ନେଇ ବୈଷୟିକ କୋର୍‌ କମିଟି ପଠାଇଥିବା ପ୍ଲାନ୍ ଓ ଏଷ୍ଟିମେସନ୍‌କୁ ଏଏସ୍‌ଆଇ ଡିଜି ଅଗ୍ରାହ୍ୟ କରି ଦେଇଛନ୍ତି। ଜଗମୋହନ ସୁରକ୍ଷା ନେଇ ଠିକ୍ ଭାବେ  ସାଇଣ୍ଟିକ୍‌ଫିକ୍ ସର୍ଭେ ହୋଇନଥିବା ଏଏସ୍‌ଆଇ ପକ୍ଷରୁ […]

Sri-Puri-Jagannath-Temple3

Sri-Puri-Jagannath-Temple3

Rakesh Mallick
  • Published: Friday, 13 May 2016
  • Updated: 13 May 2016, 04:33 AM IST

Sports

Latest News

ଭୁବନେଶ୍ୱର: ଅନିଶ୍ଚିତତା ମଧ୍ୟରେ ଶ୍ରୀମନ୍ଦିରର ଜଗମୋହନ ମରାମତି କାମ। ବିବାଦର ସମାଧାନ ନେଇ ଆଜି ଆଇନମନ୍ତ୍ରୀ କୋର୍ କମିଟି ବୈଠକ ଡାକିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା କୋର୍ କମିଟି ଏବଂ ଏଏସ୍‌ଆଇ ଅଧିକାରୀଙ୍କୁ ନେଇ ଆଲୋଚନା ହେବ। ଷ୍ଟିଲ୍‌ ଫ୍ରେମ୍ ଦେଇ ଜଗମୋହନକୁ ସୁରକ୍ଷିତ କରିବା ନେଇ ବୈଷୟିକ କୋର୍‌ କମିଟି ପଠାଇଥିବା ପ୍ଲାନ୍ ଓ ଏଷ୍ଟିମେସନ୍‌କୁ ଏଏସ୍‌ଆଇ ଡିଜି ଅଗ୍ରାହ୍ୟ କରି ଦେଇଛନ୍ତି। ଜଗମୋହନ ସୁରକ୍ଷା ନେଇ ଠିକ୍ ଭାବେ  ସାଇଣ୍ଟିକ୍‌ଫିକ୍ ସର୍ଭେ ହୋଇନଥିବା ଏଏସ୍‌ଆଇ ପକ୍ଷରୁ କୁହାଯାଉଛି। ମାଡ୍ରାସ ଆଇଆଇଟି ଓ ଏଏସ୍‌ଆଇ ବିଶେଷଜ୍ଞ ଆଉ ଥରେ ଯାଞ୍ଚ କରିବେ।

ବିଶେଷଜ୍ଞଙ୍କ ମତାମତ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଗତ ଜାନୁଆରୀ ୨୭ରେ ଜଗମୋହନ ମରାମତି କାମ ଆରମ୍ଭ ହୋଇଥିଲା। ବୈଷୟିକ କୋର୍ କମିଟି ବିଶେଷଜ୍ଞ ଏହାର ଅନୁଧ୍ୟାନ କରିବା ସହ ଦୁର୍ବଳ ପଥର ପରିବର୍ତ୍ତନ ଲାଗି ମତ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos