ଭୁବନେଶ୍ୱରରେ ଛପା ହେଉଛି ଜାଲ୍ ୫୦୦ ଟଙ୍କିଆ! ଚଢ଼ାଉ ପରେ ବଢ଼ିଲା ସନ୍ଦେହ

ଭୁବନେଶ୍ୱର: ରାଜଧାନୀରେ ଛପା ଚାଲିଛି ୫୦୦ ଟଙ୍କିଆ ଜାଲ୍ ନୋଟ୍। ଗତକାଲି ପୋଲିସ୍‌ ସାଲିଆସାହିର ଏକ ଘରେ ଚଢ଼ାଉ କରି  କାଗଜପତ୍ର ଓ କ୍ୟାଟରିଜ୍‌ ଜବତ କରିଛି। ଏହି ଘରେ ଜାଲ ନୋଟ ପ୍ରିଣ୍ଟିଂ ହେଉଥିବା ପୋଲିସ୍‌ ସନ୍ଦେହ କରୁଛି। ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ବାରିପଦାରେ ଜାଲ ନୋଟ୍ କାରବାର କରୁଥିବା ଘଟଟଣାରେ ଗିରଫ ଶାଗେନ ଟୁଡୁର ତଥ୍ୟ ଆଧାରରେ।

ଗତ ୯ ତାରିଖରେ ବାରିପଦା ଟାଉନ ଥାନା ପୋଲିସ୍‌ ଶାଗେନ ଟଡୁକୁ ଗିରଫ କରି ତା’ ନିକଟରୁ ୩୨ଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲା।