ଶିଖରଚଣ୍ଡୀ ବସ୍ତିରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

bbsrଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଶିଖରଚଣ୍ଡୀ ବସ୍ତିରେ ଯୁବକଙ୍କ ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ପ୍ରକଶ ପାଇଥିଲା। ମୃତ ଯୁବକ ନାଁ ଏଲ୍‌. ସିମାଦ୍ରୀ। ମଦ ପିଇବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

ମୃତ ଯୁବକଙ୍କ ପରିବାର ବର୍ଗକୁ କ୍ଷତି ପୂରଣ ଓ ବେଆଇନ ମଦ ଦୋକାନ ତୁରନ୍ତ ଉଚ୍ଛେଦ ଦାବିରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ନନ୍ଦନକାନନ-ଜୟଦେବ ବିହାର ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡିମଟର ଅଟକି ରହିଥିଲା।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।