ଛାତ୍ର ସଂସଦ ନିର୍ବାଚନ: କ୍ୟାପିଟାଲ ଲ’ କଲେଜରେ ଉତ୍ତେଜନା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। କଲେଜରେ ରାତି ଅଧିଆ ସାଇନ୍‌-ଏ-ଡାଏ ଉଠାଯିବାକୁ ନେଇ ଗୋଟିଏ ଛାତ୍ର ଗୋଷ୍ଠୀ ବିରୋଧ ପ୍ରଦର୍ଶନ କରିବା ସହ କ୍ୟାମ୍ପସ୍‌ରେ ତାଲା ପକାଇ ଆନ୍ଦୋଳନ ଚଳାଇଛନ୍ତି।

ଅନ୍ୟ ଏକ ଛାତ୍ର ଗୋଷ୍ଠୀ ନିର୍ବାଚନ କରିବା ନେଇ ୧୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଆନ୍ଦୋଳନକାରୀଙ୍କୁ ପୋଲିସ୍‌ ହଟାଇବାକୁ ଯାଇଥିବା ବେଳେ  ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା।