ଭୁବନେଶ୍ୱର ସିବିଆଇ କୋର୍ଟରେ ସୁଦୀପ ବନ୍ଦୋପାଧ୍ୟାୟ  

ଭୁବନେଶ୍ୱର: ପାସ୍‌ପୋର୍ଟ ପାଇଁ ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଆଜି  ଭୁବନେଶ୍ୱର ସିବିଆଇ କୋର୍ଟ ଆସିଛନ୍ତି।  ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ସେ ଏବେ ଜାମିନରେ ଅଛନ୍ତି।  ଆସନ୍ତା ୨୭ତାରିଖରୁ ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ ନ୍ୟୁୟର୍କ ଯିବାକୁ ସୁଦୀପ ଚାହୁଁଛନ୍ତି।  ସେଠାରେ ସେ ୟୁଏନ୍‌ଓ  ସାଧାରଣ ପରିଷଦ ବୈଠକରେ ଯୋଗଦେବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପାସପୋର୍ଟ ପାଇଁ ସେ ଆସିଥିବା ଜଣାପଡ଼ିଛି।