ଆଜି ବିଶ୍ୱ ଫିଜିଓଥେରାପି ଦିବସ: ଭୁବନେଶ୍ୱରରେ ସଚେତନତା ରାଲି

bbsrଭୁବନେଶ୍ୱର: ଆଜି ବିଶ୍ୱ ଫିଜିଓଥେରାପି ଦିବସ। ଏହି ଅବସରରେ ଭୁବନେଶ୍ୱରରେ ଚାର୍ମ ପକ୍ଷରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ମେଦ ବହୁଳତା ଓ ବିଭିନ୍ନ ସଂକ୍ରମିତ ରୋଗର ପ୍ରତିକାର ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିଛି। ଏଦିଗରେ ସଚେତନତା ବାର୍ତ୍ତା ନେଇ ହାତରେ ପ୍ଲାକାର୍ଡ ଧରି ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ଲୋୟର ପିଏମ୍‌ଜିରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାଲିରେ ଯାଇଥିଲେ।

ଏଥିରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହୋଇଥିଲେ।