ସରିଲା ଦୁର୍ଗା ପୂଜା,ଆଜି ମେଲାଣି ନେବେ ମା’

ଭୁବନେଶ୍ୱର: ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା। ଏବେ ବେଳ ବିଦାୟର।  ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା। ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ଦଶମୀ ପୂଜା ସରିବା ପରେ ବିସର୍ଜନ କରାଯାଇଛି। ଆଜି ଭସାଣ ଥିବାରୁ ଟୁଇନସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ୪ଟି  ସ୍ଥାନରେ ଭସାଣି କମିଟି ରହିଛି। ପୁରୁଣା ଭୁବନେଶ୍ୱର ଭସାଣି କମିଟି ଦିନବେଳେ ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ସହିଦନଗର, ନୟାପଲ୍ଲୀ ଓ ଉତ୍ତର ଭୁବନେଶ୍ୱର ଭସାଣି […]

puja

puja

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 08:33 AM IST

Sports

Latest News

ଭୁବନେଶ୍ୱର: ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା। ଏବେ ବେଳ ବିଦାୟର।  ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା। ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ଦଶମୀ ପୂଜା ସରିବା ପରେ ବିସର୍ଜନ କରାଯାଇଛି। ଆଜି ଭସାଣ ଥିବାରୁ ଟୁଇନସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ୪ଟି  ସ୍ଥାନରେ ଭସାଣି କମିଟି ରହିଛି। ପୁରୁଣା ଭୁବନେଶ୍ୱର ଭସାଣି କମିଟି ଦିନବେଳେ ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ସହିଦନଗର, ନୟାପଲ୍ଲୀ ଓ ଉତ୍ତର ଭୁବନେଶ୍ୱର ଭସାଣି କମିଟି ସନ୍ଧ୍ୟାରେ ମେଢ ବିସର୍ଜନ କରିବେ।

ଭସାଣ ପାଇଁ ଟୁଇନସିଟିରେ ସ୍ଥାନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ୱରର କୁଆଖାଇ ଓ ଦୟା ନଦୀ ପଠାରେ ସ୍ୱତନ୍ତ୍ର ପୋଖରୀ ଖୋଳାଯାଇଛି। କିଛି ପୂଜା କମିଟି ଦିନବେଳେ ମେଢ ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆଉ କେତେକ କମିଟି ସନ୍ଧ୍ୟାରେ ବିସର୍ଜନ କରିବେ।

ବିସର୍ଜନ ପାଇଁ ରବିବାର ଅପରାହ୍ନରୁ ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଜାରି ହୋଇଛି। ନୟାପଲ୍ଲୀ ଭସାଣ କମିଟି ଅଧୀନରେ ମେଢ଼ଗୁଡ଼ିକ ସିଆରପି ଛକ ଦେଇ ୟୁନିଟ୍-୮ ଡିଏଭି ସ୍କୁଲ ପର୍ଯ୍ୟନ୍ତ ଯିବ। ସେଠାରୁ ଗଙ୍ଗନଗର ରାସ୍ତା ଦେଇ ବିସର୍ଜନ ପାଇଁ ଯିବ। ଆଇନ ଶୃଙ୍ଖଳା ରକ୍ଷା  ପାଇଁ ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯିବ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରାୟ ୧୦ ପ୍ଲାଟୁନ୍ ଫୋର୍ସ  ନିୟୋଜିତ ହେବେ

କଟକରେ ମଧ୍ୟ ଭସାଣ ଶୋଭାଯାତ୍ରା ପାଇଁ ପୋଲିସ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ମେଢଗୁଡ଼ିକ  ସାହି ପରିକ୍ରମା ପରେ ମୁଖ୍ୟ ରାସ୍ତାକୁ ଆସିବେ। ମେଢଗୁଡ଼ିକୁ କଲେଜ ଛକ-ରାଣୀହାଟ, ମଙ୍ଗଳବାଗ- ବକ୍ସିବଜାର-ଚୌଧୁରୀ ବଜାର- ତେଲେଙ୍ଗାବଜାର ଦେଇ ଆସିବା ପରେ ଦେବୀଗଡ଼ାରେ ବିସର୍ଜନ କରାଯିବ। ସହରର ୧୬ଟି ସ୍ଥାନରେ ସିସିଟିଭି ବ୍ୟବସ୍ଥା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos