ବିଡିଏ ଇଚ୍ଛାଧୀନ ପ୍ଲଟ୍ ଆବଣ୍ଟନ ମାମଲା: ୨ ଓଏଏସ୍ ଅଧିକାରୀଙ୍କ ସେମତ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କଲା ଭିଜିଲାନ୍ସ

କଟକ: ଇଚ୍ଛାଧୀନ କୋଟା କେଳେଙ୍କ।ରୀରେ ଭିଜିଲାନ୍ସ ଆଜି ଦୁଇ ଓଏଏସ୍ ଅଧିକାରୀଙ୍କ ସମେତ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଏମାନଙ୍କ ମଧ୍ୟରେ ୫ ସରକାରୀ କର୍ମଚାରୀ ବି ରହିଛନ୍ତି ।  ବିଡିଏର ପୂର୍ବତନ ଆଲଟମେଣ୍ଟ ଅଧିକାରୀ ଓଏଏସ୍ ଅଫିସର୍ ଶୁଭଶ୍ରୀ ନନ୍ଦ ତଥା ସେକସନ୍ ଅଫିସର ବିଭୂତି ଭୂଷଣ ରାୟଙ୍କ ନାଁରେ ଦୁଇ ଦୁଇଟି ମାମଲା ରୁଜୁ ହୋଇଛି । ଭୁବନେଶ୍ୱର ପୋଖରୀପୁଟ ଅନନ୍ତ ବିହାର ହାଉସିଂ ସ୍କିମ୍ ଫେଜ୍-୨ର ଏମ୍ଆଇଜି ଘର ନମ୍ୱର ୧୧୭ ଏବଂ ଘର ନମ୍ୱର ଏମ୍ ୧୫୧ ଆବଣ୍ଟନକୁ ନେଇ ଏହି ମାମଲା ରୁଜୁ ହୋଇଛି । ସେହିପରି ଭୁବନେଶ୍ୱର କଳିଙ୍ଗନଗର ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମରେ ପ୍ଲଟ୍ ନମ୍ୱର କେ-୮ ବାଏ ୯୦୨ ଆବଣ୍ଟନ ନେଇ  ବିଡିଏର ପୂର୍ବତନ ଆଲଟମେଣ୍ଟ ଅଧିକାରୀ ଅବସରପ୍ରାପ୍ତ ଓଏଏସ୍ ଅଫିସର ସୁରେନ୍ଦ୍ରନାଥ ନନ୍ଦଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ମିଥ୍ୟା ତଥ୍ୟ ଦେଇ ପ୍ଲଟ୍ ଓ ଘର ଆବଣ୍ଟନ କରାଯାଇଥିବାରୁ ମାମଲା ରୁଜୁ କରିଛି ଭିଜିଲାନ୍ସ । ତେବେ ଏ ନେଇ ସମ୍ପୃକ୍ତ ଅଧିକାରୀ କିମ୍ୱା କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ

କୋଭିଡ୍ ଅବ୍ୟବସ୍ଥା: କେଉଁଠି ରିପୋର୍ଟ ଭୁଲ୍ ତ କେଉଁଠି ଚିକିତ୍ସା ମିଳୁନି

ରାକ୍ଷୀରେ ଏକାଠି ଜଳିଲା ଜୁଈ, ବଜ୍ରରେ ଟଳି ପଡ଼ିଲେ ଭାଇ-ଭଉଣୀ

କାଲିଠାରୁ ରାଜଧାନୀରେ ଗଡ଼ିବ ‘ମୋ ବସ୍‌’

କାଲି ଲଘୁଚାପ, ୭ ଯାଏ ପ୍ରବଳ ବର୍ଷିବ

ଚିନ୍ତା ବଢ଼ାଇଲା ବେହେରା ସାହି; କାଲି ୨୨, ଆଜି ୫୭ କରୋନା ଆକ୍ରାନ୍ତ ଚିହ୍ନଟ

ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ଦାଏର ହେଲା ମାମଲା

‘ରାଜଧାନୀବାସୀଙ୍କର ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି’

ତେଲ ଲଗାଇ ଲୁଟ୍ କରୁଥିଲେ, ଧରିଲା ପୁଲିସ୍‌

‘କରୋନାଠୁ ବି ଘାତକ ସାଜୁଛି ଅକ୍ସିଜେନ ଅଭାବ, ଆଖି ଆଗରେ ଯାଉଛି ଜୀବନ’

ଭୁଶୁଡ଼ି ପଡ଼ିଲା କେନାଲ ବନ୍ଧ: ଚାଷ ଜମିରେ ୩ରୁ ୪ ଫୁଟ ପାଣି

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ