ସୁନା ଗହଣା କିଣୁଥିଲେ ସାବଧାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନା ଗହଣା କିଣୁଥିଲେ ସାବଧାନ।  ଓଜନ ମାପରେ ଠକୁଛନ୍ତି ସୁନା ଦୋକାନୀ।  ଗତ ୩ ବର୍ଷରେ ଓଜନ ମାପରେ ଠକୁଥିବା ବିଭିନ୍ନ ସୁନା ଦୋକାନୀଙ୍କ ଠାରୁ ଆଦାୟ ହୋଇଛି ୧୬ ଲକ୍ଷ ଟଙ୍କା ଜରିମାନା।  ବିଧାନସଭା ପ୍ରଶ୍ନକାଳରେ ଏନେଇ ସୂଚନା ଦେଇଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ଶ୍ରୀ ସ୍ୱାଇଁ କହିଛନ୍ତି, ରାଜ୍ୟରେ ମୋଟ ୪,୮୫୩ଟି ସୁନା ଦୋକାନ ଅଛି।  ୨୦୧୮-୧୯ରେ ୩୭୬ଟି ଏବଂ ୧୯-୨୦ରେ ୪୦୦ଟି ଦୋକାନ ଉପରେ ଚଢ଼ାଉ ହୋଇଥିଲା । ସେମାନଙ୍କଠାରୁ ୧୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ସେହିପରି ୨୦୨୦-୨୧ରେ ୧୯୬ଟି ସୁନା ଦୋକାନ ଉପରେ ଚଢ଼ାଉ କରାଯାଇ ୪ ଲକ୍ଷ ୪୫ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଓଜନ ମାପରେ ଠକୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।