ସ୍କୁଲ ଛାଡ଼ି ଯାଉନି ଭାଲୁ

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦୋହଣା ହାଇସ୍କୁଲ ପରିସରରେ ଭାଲୁ। ଭାଲୁଟି ସ୍କୁଲ ପରିସରରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ସକାଳେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ବନ ବିଭାଗ କର୍ମଚାରୀ ଏଯାଏ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଭାଲୁ ଉପରେ ନଜର ରଖାଯାଇଛି ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି। ଭାଲୁଟି ପ୍ରତିଦିନ ଜଙ୍ଗଲରୁ ଆସି ସ୍କୁଲ ପରିସରରେ ପଶିଥାଏ। ଖାଦ୍ୟ ପାଇବା ପରେ ଜଙ୍ଗଲକୁ ଫେରି ଯାଇଥାଏ। […]

7690

7690

Tapas Behera
  • Published: Wednesday, 23 September 2020
  • Updated: 23 September 2020, 04:14 PM IST

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦୋହଣା ହାଇସ୍କୁଲ ପରିସରରେ ଭାଲୁ। ଭାଲୁଟି ସ୍କୁଲ ପରିସରରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ସକାଳେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ବନ ବିଭାଗ କର୍ମଚାରୀ ଏଯାଏ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଭାଲୁ ଉପରେ ନଜର ରଖାଯାଇଛି ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି। ଭାଲୁଟି ପ୍ରତିଦିନ ଜଙ୍ଗଲରୁ ଆସି ସ୍କୁଲ ପରିସରରେ ପଶିଥାଏ। ଖାଦ୍ୟ ପାଇବା ପରେ ଜଙ୍ଗଲକୁ ଫେରି ଯାଇଥାଏ। ହେଲେ ଗତକାଲି ଭାଲୁଟି ଆସି ଆଉ ଫେରିନଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଭାଲୁଟି ସ୍କୁଲ ଛାଡ଼ି ଯାଉନଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos