ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ହେଡ କ୍ଲର୍କ

ବାଲିଗୁଡ଼ା(ଅଜିତ ନାୟକ) ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ବିଇଓ ଅଫିସର ହେଡ କ୍ଲର୍କ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବିଇଓ ଅଫିସର ହେଡ଼ କ୍ଲର୍କ ଚିତ୍ତରଞ୍ଜନ ସିଂ ଆଜି ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାବୁଡ଼ରେ ଧରା ପଡି ଗିରଫ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ  ଶିବ ଶଙ୍କର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ବାପା ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଶ୍ରାନିକେତା ନୋଡାଲ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବେ […]

bribe-1..

bribe-1..

Tapas Behera
  • Published: Tuesday, 24 November 2020
  • Updated: 24 November 2020, 10:02 PM IST

ବାଲିଗୁଡ଼ା(ଅଜିତ ନାୟକ) ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ବିଇଓ ଅଫିସର ହେଡ କ୍ଲର୍କ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବିଇଓ ଅଫିସର ହେଡ଼ କ୍ଲର୍କ ଚିତ୍ତରଞ୍ଜନ ସିଂ ଆଜି ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାବୁଡ଼ରେ ଧରା ପଡି ଗିରଫ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ  ଶିବ ଶଙ୍କର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ବାପା ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଶ୍ରାନିକେତା ନୋଡାଲ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବେ ଚାକିରୀ କରୁଥିଲେ।  ୨୦୧୫ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।  ବାପାଙ୍କ ସ୍ଥାନରେ ରିହାବିଲିଟେସନ ସ୍କିମରେ ଚାକିରୀ ଲାଗି ଶିଵ ଶଙ୍କର ଆବେଦନ କରିଥିଲେ।

ହେଲେ ହେଡ କ୍ଲର୍କ ଚିତ୍ତରଞ୍ଜନ ସିଂ ତାଙ୍କ ଠାରୁ ୫ ହଜାର ଟଙ୍କା ଦେଲେ ହିଁ କାମ କରିବେ ବୋଲି ଦାବି କରିଥିଲେ। ଆଉ ଏ ନେଇ ଶିଵ ଶଙ୍କର ପଟ୍ଟନାୟକ ବ୍ରହ୍ମପୁର ଭିଜିଲାନ୍ସ ଅଫିସକୁ ଜଣାଇଥିଲେ ।

ପୂର୍ବ ଯୋଜନା ଅନୁଯାୟୀ ଆଜି ଅଭିଯୋଗକାରୀ ଶିଵ ଶଙ୍କର ପଟନାୟକଙ୍କ ଠାରୁ ଅଫିସ ଭିତରେ ଦାବି ମୁତାବକ ୫ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ  ଗିରଫ କରିଥିଲେ ।  ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ଦାରିଙ୍ଗବାଡ଼ି ଅଫିସ ସମେତ ବାଲିଗୁଡା  ନୂଆସାହି ସ୍ଥିତ ବାସଭବନରେ ଚଢ଼ାଉ କରି ଅଧିକ ତଦନ୍ତ ଜାରି ରହିଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos