ବେଆଇନ୍ ସିମ୍ ବକ୍ସ ଜବତ ଘଟଣା: ୯ ଗିରଫ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁରରୁ ବେଆଇନ ସିମ୍ ବକ୍ସ ଜବତ ଘଟଣାରେ ମୁମ୍ବାଇର ଥାଣେ କ୍ରାଇମବ୍ରାଞ୍ଚ ବଡ଼ ଖୁଲାସା କରିଛି।  ଗତକାଲି ଥାଣେ କ୍ରାଇମବ୍ରାଞ୍ଚ ୩୦ରୁ ଅଧିକ ଜାଗାରେ ଚଢାଉ କରି ୯ଜଣଙ୍କୁ ଗିରଫ କରିଛି । ଘଟଣା ସ୍ଥଳରୁ କ୍ରାଇମବ୍ରାଞ୍ଚ ୨୫ଟି ସିମ୍ ବକ୍ସ ସହ ବିଭିନ୍ନ କଂପାନୀର ୪୩୮ଟି ସିମ୍ କାର୍ଡ, ୪୦ଟି ରାଉଟର, ଲାପଟପ୍, ମୋବାଇଲ, କମ୍ପୁଟର ଓ ଅନ୍ୟାନ୍ୟ ସାମଗ୍ରୀ  ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଏମାନେ […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 08:38 AM IST

Sports

Latest News

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁରରୁ ବେଆଇନ ସିମ୍ ବକ୍ସ ଜବତ ଘଟଣାରେ ମୁମ୍ବାଇର ଥାଣେ କ୍ରାଇମବ୍ରାଞ୍ଚ ବଡ଼ ଖୁଲାସା କରିଛି।  ଗତକାଲି ଥାଣେ କ୍ରାଇମବ୍ରାଞ୍ଚ ୩୦ରୁ ଅଧିକ ଜାଗାରେ ଚଢାଉ କରି ୯ଜଣଙ୍କୁ ଗିରଫ କରିଛି । ଘଟଣା ସ୍ଥଳରୁ କ୍ରାଇମବ୍ରାଞ୍ଚ ୨୫ଟି ସିମ୍ ବକ୍ସ ସହ ବିଭିନ୍ନ କଂପାନୀର ୪୩୮ଟି ସିମ୍ କାର୍ଡ, ୪୦ଟି ରାଉଟର, ଲାପଟପ୍, ମୋବାଇଲ, କମ୍ପୁଟର ଓ ଅନ୍ୟାନ୍ୟ ସାମଗ୍ରୀ  ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଏମାନେ ସମସ୍ତେ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ବେଆଇନ ସିମ୍‌ କାର୍ଡ ଜରିଆରେ ଏମାନେ ଦେଶବିଦେଶର ବିଭିନ୍ନ ବ୍ୟବସାୟୀଙ୍କୁ ଧମକାଇ ବଟି ଆଦୟ କରୁଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ତେବେ ଏହା ପଛରେ ମାଷ୍ଟର ମାଇଣ୍ଡ କିଏ, ସେନେଇ ତଦନ୍ତ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos