ଭଞ୍ଜନଗର: ବିଲ ତଳକୁ ଖସି ପଡ଼ିଲା ବସ୍, ୨୦ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଜିରାବାଡି ଗାଁ ନିକଟ ବିଲରେ ବସ୍‌ ଓଲଟି ପଡ଼ିବାରୁ ୨୦ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।  ଘଟଣାସ୍ଥଳରୁ ବସ୍ ଡ୍ରାଇଭର୍ ଫେରାର୍ ହୋଇ ଯାଇଛି। ବସ୍‌ଟି ଭୁବନେଶ୍ୱରରୁ ଭଞ୍ଜନଗର ଫେରୁଥିଲା।