ବ୍ରହ୍ମପୁର: ମାଡ଼ିଗଲା ଟ୍ରକ୍, ୭ ମୃତ, ୬ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ରଣ୍ଢା ଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି। ୬ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ରଣ୍ଢା ଛକରେ ଆଜିଠୁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ତା’ସହ ସେଠାରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ। ଘଟଣାଟି ଘଟିଥିଲା ସକାଳ ୫ଟାରୁ ସାଢେ଼ ୫ଟା ମଧ୍ୟରେ। ଏ ସମୟରେ ରାସ୍ତାକଡ଼ରେ ଏକ ପରିବା ବୋଝେଇ ଟ୍ରକରୁ ପରିବା ଓହ୍ଲା ଯାଉଥିଲା। […]

accident

accident

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 03:12 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ରଣ୍ଢା ଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି। ୬ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ରଣ୍ଢା ଛକରେ ଆଜିଠୁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ତା’ସହ ସେଠାରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ।

ଘଟଣାଟି ଘଟିଥିଲା ସକାଳ ୫ଟାରୁ ସାଢେ଼ ୫ଟା ମଧ୍ୟରେ। ଏ ସମୟରେ ରାସ୍ତାକଡ଼ରେ ଏକ ପରିବା ବୋଝେଇ ଟ୍ରକରୁ ପରିବା ଓହ୍ଲା ଯାଉଥିଲା।  ନିକଟରେ ଆଉ କିଛି ଯାତ୍ରୀ ବସକୁ ଅପେକ୍ଷା କରିଥିଲେ। ସେତିକି ବେଳେ ଏନଏଚ ଉପରେ ଏକ ଟ୍ରକ୍ ଯାଉଥିଲା। ଟ୍ରକଟି ହଠାତ୍ ଭାରସାମ୍ୟ ହରାଇ ଧସେଇ ପଶିଥିଲା ସର୍ଭିସ୍ ଲାଇନ୍ ଭିତରକୁ। ଚଢ଼ି ଯାଇଥିଲା ନିକଟରେ ଛିଡ଼ା ହୋଇଥିବା ପରିବା ବିକାଳି, ଯାତ୍ରୀ ଓ ପରିବା ଧରି ଆସିଥିବା ଟ୍ରକ୍ ମାଲିକଙ୍କ ଉପରେ। ବ୍ରହ୍ମପୁର ବଡ଼ ମେଡିକାଲରେ ୬ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ପ୍ରାଣ ହରାଇଥିବା ୭ ଜଣଙ୍କ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।  ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାର ପାଇଁ ଲକ୍ଷେ ଟଙ୍କ। ଲେଖାଏଁ ସହାୟତା ଘୋଷଣା କରାଯାଇଛି।

ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଓ ହେଲପର ଫେରାର୍ ହୋଇଯାଇଛନ୍ତି।

ଦୁର୍ଘଟଣା ପରେ ରଣ୍ଢା ଛକରେ ଟ୍ରାଫିକ୍ ବ୍ୟବସ୍ଥା, ଓଭର ବ୍ରିଜ୍ ନିର୍ମାଣ ଓ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ ଲୋକେ। ଗଞ୍ଜ।ମ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସପି ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos