ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କରଙ୍କୁ ତିନି ଦିନିଆ ଟ୍ରାନ୍ଜିଟ୍ ରିମାଣ୍ଡରେ ରଖି ପଚରାଉଚରା କରୁଛି ପୋଲିସ୍
ବ୍ରହ୍ମପୁର: ଦିଲ୍ଲୀରୁ ଗିରଫ ହୋଇଥିବା ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ନାଁରେ ଅପରାଧିକ ମାମଲାର ଲମ୍ୱା ତାଲିକା ରହିଥିବା ପୋଲିସ୍ ସୂଚନା ଦେଇଛି। ଶିବଶଙ୍କର ନାଁରେ ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ବୋମାମାଡ଼ ଓ ଜମି ହଡ଼ପ ପରି ମାମଲା ରହିଛି। ବ୍ରହ୍ମପୁରର ବିଏନ୍ପୁର, ଗୋଷାଣୀ ନୂଆଗାଁ, ବଡ଼ବଜାର ଓ ଗୋଳନ୍ଥରା ଆଦି ଥାନାରେ ୨୧ଟି ମାମଲା ରହିଛି।
ଗତକାଲି ଶିବଙ୍କୁ ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଦିଲ୍ଲୀରୁ ଗିରଫ କରିଥିଲା। ଦିଲ୍ଲୀରୁ ଗିରଫ କରିବା ପରେ ତାଙ୍କୁ ଓଡ଼ିଶା ଅଣାଯାଇଛି। ଶିବଙ୍କୁ ଏବେ ତିନିଦିନିଆ ଟ୍ରାନ୍ଜିଟ୍ ରିମାଣ୍ଡରେ ରଖି ପୋଲିସ୍ ଜେରା କରୁଛି। ୧୦ ତାରିଖରେ ସୁଦ୍ଧା ତାଙ୍କୁ କୋର୍ଟରେ ହାଜର କରାଯିବ। ଗତ ବିଧାନସଭା ନିର୍ବାଚନରେ ବ୍ରହ୍ମପୁରରୁ ଶିବଶଙ୍କର ବିଜେପିର ବିଧାୟକ ପ୍ରାର୍ଥୀ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।