ବ୍ରହ୍ମପୁର ଆଇଟିଆଇରେ ହେବ ଆଇଜର ଅସ୍ଥାୟୀ କ୍ୟାମ୍ପସ୍

ବ୍ରହ୍ମପୁର: ଆଇଜର ଅସ୍ଥାୟୀ କ୍ୟାମ୍ପସ୍ ପାଇଁ ବ୍ରହ୍ମପୁର ଆଇଟିଆଇକୁ ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରାଯାଇଛି। ଆଇଟିଆଇ ପରିସରରେ ନୂଆ କ୍ୟାମ୍ପସର ଶିଳାନ୍ୟାସ କରିବା ଅବସରରେ ରବିବାର ବୈଷୟିକ ଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ବ୍ରହ୍ମପୁରରେ ଆଇଜର୍ ପ୍ରତିଷ୍ଠା ନେଇ ସରକାର ଘୋଷଣା କରିବା ପରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଲୁର ହିଲ୍ ଓ ଲଉଡ଼ି ଗାଁରେ ଜମି ଚିହ୍ନଟ ହୋଇଛି। ତେବେ ଅସ୍ଥାୟୀ କ୍ୟାମ୍ପସ ପାଇଁ ବ୍ରହ୍ମପୁର ଆଇଟିଆଇ ଓ ଗାନ୍ଧି ଇନଷ୍ଟିଟ୍ୟୁଟ୍ ଚିହ୍ନଟ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଆସନ୍ତା ଶିକ୍ଷାବର୍ଷ ଠାରୁ ଅସ୍ଥାୟୀ କ୍ୟାମ୍ପସରେ ପାଠପଢ଼ା ଆରମ୍ଭ ହେବ ବୋଲି ସେ କହିଛନ୍ତି।