ବ୍ରହ୍ମପୁର: ନିଷ୍ଟରେ ଛାତ୍ର ଅଶାନ୍ତି

ବ୍ରହ୍ମପୁର: ବ୍ରହ୍ମପୁର ପାଲୁର ହିଲ୍‌ରେ ଥିବା ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ଗତକାଲି ରାତିରେ ଅନୁଜ ନାମକ ତୃତୀୟ ବର୍ଷର ଛାତ୍ରଙ୍କୁ କିଛି ଚତୁର୍ଥ ବର୍ଷର ଛାତ୍ର ହଷ୍ଟେଲରେ ପଶି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ତୃତୀୟ ବର୍ଷର  ଛାତ୍ରମାନେ ଆଜି ସକାଳେ ଶ୍ରେଣୀ ବର୍ଜନ କରି ଧାରଣା ଦେଇଛନ୍ତି। ମାଡ଼ ମାରିଥିବା ଛାତ୍ରଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।