ଡିଭାଇଡରରେ ପିଟି ହେଲା ଟମାଟୋ ବୋଝେଇ ଟ୍ରକ, ୨ ମୃତ

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଖଲିକୋଟ ଘାଟିରେ ଟମାଟୋ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁତର ଅବସ୍ଥାରେ ଟ୍ରକ୍‌ ଡ୍ରାଇଭର୍‌ ଓ ହେଲ୍‌ପର୍‌ଙ୍କୁ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

 ଟ୍ରକ୍‌ଟି ଟମାଟୋ ନେଇ ଭୁବନେଶ୍ୱର ଯାଉଥିଲା।