ଭବାନୀପାଟଣା: ଶ୍ୱଶୁର ଘର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଶିବ ମନ୍ଦିର ପଡାର ସୁଶ୍ରୀତା ରଥ ନାମ୍ନୀ ଜଣେ ମହିଳା ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ମହିଳାଙ୍କ ଶ୍ୱଶୁର ଘର ଲୋକେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସୁଶ୍ରୀତାଙ୍କ ଅଭିଯୋଗ ଅନୁଯାୟୀ, ଭବାନୀପାଟଣା ଦେୱାନ […]

bhabanipatana

bhabanipatana

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 11:17 AM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଶିବ ମନ୍ଦିର ପଡାର ସୁଶ୍ରୀତା ରଥ ନାମ୍ନୀ ଜଣେ ମହିଳା ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ମହିଳାଙ୍କ ଶ୍ୱଶୁର ଘର ଲୋକେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସୁଶ୍ରୀତାଙ୍କ ଅଭିଯୋଗ ଅନୁଯାୟୀ, ଭବାନୀପାଟଣା ଦେୱାନ ସାହେବ ପଡାର ଭେଙ୍ଗେଟେଶ୍ୱର ରଥଙ୍କ ଝିଅ ସୁଶ୍ରୀତା ଗତ ୨୫ ମେ’ ୨୦୧୫ରେ ଶିବ ମନ୍ଦିର ପଡାର ରମେଶ ପଣ୍ଡାଙ୍କ ପୁଅ ନାରାୟଣଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହର ୨ ମାସ ପରେ ସ୍ୱାମୀଙ୍କର ଅନ୍ୟ ଏକ ଝିଅ ସହ ସମ୍ପର୍କ ଥିବା ସୁଶ୍ରୀତା ଜାଣିବାକୁ ପାଇଥିଲେ। ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏପରିକି ନାରାୟଣ ସମ୍ପୃକ୍ତ ଯୁବତୀଙ୍କୁ ଘରକୁ ଆଣି ୩ ମାସ ରଖିଥିଲେ। ଏହି ସମୟ ମଧ୍ୟରେ ସୁଶ୍ରୀତାଙ୍କୁ ତାଙ୍କ ଶ୍ୱଶୁର ରମେଶ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଏ ସମ୍ପର୍କରେ ସୁଶ୍ରୀତା ଶ୍ୱଶୁର ଘର ଲୋକଙ୍କୁ କହିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା। ଓଲଟା ଶ୍ୱଶୁର ଘର ଲୋକେ ରମେଶଙ୍କୁ ସମର୍ଥନ କରିଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେବା ସହ ବାହାରେ କଥା ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଶେଷରେ ସୁଶ୍ରୀତା ନିଜ ଘରକୁ ପଳାଇ ଆସି ଟାଉନ ଥାନାରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos