ଭଦ୍ରକରେ ବାହାରିଲାନି ତାଜିଆ ଶୋଭାଯାତ୍ରା

ଭଦ୍ରକ (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଆଡମ୍ବରରେ ମହରମ୍ ପର୍ବ ପାଳନ ହୋଇଥିଲେ ବି ଅନ୍ୟତମ ମୁସଲମାନ ବହୁଳ ସହର ଭଦ୍ରକରେ ଥିଲା ନୀରବତା। ଏବର୍ଷ ଏଠାରେ ତାଜିଆ ଶୋଭାଯାତ୍ରା ଆୟୋଜନ କରାଯାଇନାହିଁ। ଦୁର୍ଗାପୂଜା ଭସାଣକୁ ଦୃଷ୍ଟିରେ ରଖି ରାତି ୧୦ଟା ମଧ୍ୟରେ କାର୍ଯ୍ୟକ୍ରମ ସାରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ତାଜିଆ ଶୋଭାଯାତ୍ରା ଓ ଧର୍ମ ସମ୍ମିଳନୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବାରୁ ଏଥର ତାଜିଆ ଓ ଧର୍ମସଭା ଆୟୋଜନରୁ ଓହରି ଯାଇଛି ଚଉଦ ମହଲା ମୁସଲିମ୍ ଜମାତ। ପ୍ରଶାସନିକ ନିଷ୍ପତ୍ତିକୁ ସମ୍ମାନ ଓ ସହରରେ ଭାଇଚାରା ଓ ସଦଭାବନା ବଜାୟ ରଖିବାକୁ ଏଥର କାଫେଲା ଶୋଭାଯାତ୍ରା ଆୟୋଜନ ହୋଇନି।