ଜାତୀୟ ଦରବାରରେ ଜଲୱା ଦେଖାଉଛନ୍ତି ଓଡ଼ିଆ ଘରର ବୋହୂ, ସପୋର୍ଟ ଚାହୁଁଛନ୍ତି ଇପସିତା

ଭଦ୍ରକ( ପାର୍ଥ ସାରଥୀ ନାୟକ): ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି ଓଡ଼ିଆ ଘରର ବୋହୂ ଇପସିତା ପ୍ରିୟଦର୍ଶିନୀ । ମିସେସ୍ ଫେମିନା ପ୍ରତିଯୋଗିତାରେ ଦେଶରର କୋଣ ଅନୁକୋଣରୁ ଭାଗ ନେଇଥିବା ୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ୍ ୨୦ରେ ସ୍ଥାନ ପାଇଛନ୍ତି ଭଦ୍ରକ ଭଣ୍ଡାରିପୋଖରୀର ଇପସିତା । ତେବେ ଭୋଟିଂ ପର୍ଯ୍ୟାୟରେ ଆଗକୁ ବଢିବା ପାଇଁ ସମସ୍ତଙ୍କର ଆଶୀର୍ବାଦ ଲୋଡିଛନ୍ତି ଇପସିତା।

ଓଡ଼ିଆ ଘରର ଝିଅ, ଓଡ଼ିଆ ଘରର ବୋହୂ ଇପସିତା ପ୍ରିୟଦର୍ଶିନୀ। ପେଶାରେ ସଫ୍ଟେୱୟାର ଇଂଜିନିୟର।  କିନ୍ତୁ ନିଶା ମଡେଲିଂ । ଆଉ ଏହି ନିଶା ତାଙ୍କୁ ପହଂଚାଇଛି ମିସେସ୍ ଫେମିନା କଣ୍ଟେଷ୍ଟର ଟପ୍ ୨୦ ସ୍ଥାନରେ । ଦେଶର ବିଭିନ୍ନ ସହରରୁ ଆସିଥିବା ୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ୍ ୨୦ରେ ନିଜ ସ୍ଥାନ ଅକ୍ତିଆର୍ କରିନେଇଛନ୍ତି ଇପସିତା। ମିସେସ୍ ଫେମିନା ୨୦୨୧ ପ୍ରତିଯୋଗିତାରେ ଏବେ ଟପ୍ ଟେନ୍ ପାଇଁ କଣ୍ଟେଷ୍ଟ କରୁଛନ୍ତି ଇପସିତା। ନ୍ୟାସନାଲ ପ୍ଲାଟଫର୍ମରେ ତାଙ୍କର ଏହି ସଫଳତା ଏବେ ଓଡ଼ିଶା ପାଇଁ ଆଣିଦେଇଛି ଗୌରବ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ସାହୁଙ୍କ ଝିଅ ଇପସିତା । ଛୋଟ ବେଳୁ କଳା ପ୍ରତି ଥିଲା ଅହେତୁକ ଆକର୍ଷଣ । ଏଣୁ ପାଠ ପଢିବା ବେଳୁ ହିଁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଉଥିଲେ । ଏପରିକି ବିବାହ ପରେବି ସେ ନିଜର ମଡେଲିଂ ଯାତ୍ରା ଜାରି ରଖିଥିଲେ। ମିସେସ୍ ଫେମିନା ପ୍ରତିଯୋଗିତାରେ ଏବେ ଭୋଟିଂ ପର୍ଯ୍ୟାୟରେ ଅଛନ୍ତି ଇପସିତା । ତାଙ୍କର ଏହି ସଫଳତା ପାଇଁ  ବାପାମାଆ ଓ ପରିବାର ଖୁବ୍ ଖୁସି ଥିବାବେଳେ ଆଗକୁ ବଢିବା ପାଇଁ ସମସ୍ତଙ୍କର ଆଶୀର୍ବାଦ କାମନା କରିଛନ୍ତି ଇପସିତା ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।